ବାଲେଶ୍ୱର : ବିଚାରାଧୀନ କଏଦୀର ମୃତ୍ୟୁକୁ ନେଇ ଫାଣ୍ଡି ଘେରିଲେ ଲୋକେ, ଆକ୍ରମଣରେ କନେଷ୍ଟବଳଙ୍କ ମୁଣ୍ଡ ଫାଟିଲା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀର ମୃତ୍ୟୁ । କଏଦୀର ମୃତ୍ୟୁକୁ ନେଇ ଫାଣ୍ଡି ଘେରିଲେ ଗ୍ରାମବାସୀ । ଅଯୋଧ୍ୟା ଫାଣ୍ଡି ପୋଲିସ ଉପରକୁ ଢେଲା ପଥର ମାଡ଼ । ଜଣେ କନେଷ୍ଟବଳଙ୍କ ମୁଣ୍ଡ ଫାଟିଲା ।
ଏକ ଚୋରି ମାମଲାରେ ଜେଲ୍ ଯାଇ ଥିବା ବିଚାରାଧୀନ କଏଦୀ ରାଜୁ ସିଂ’ର ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମୃତ୍ୟୁ ଘଟିଥିଲା । ରାଜୁ ନୀଳଗିରି ସବ୍‌ଜେଲରେ ଅସୁସ୍ଥ ହୋଇପଡ଼ିଥିଲା । ଅଯୋଧ୍ୟା ଫାଣ୍ଡି ପୋଲିସ ମାଡ଼ରେ ରାଜୁ ଗୁରୁତର ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।
ମୃତ କଏଦୀ ଅଯୋଧ୍ୟା ଫାଣ୍ଡି ପ୍ରତାପପୁର ଅଞ୍ଚଳର । ଡାକ୍ତରଙ୍କ ଘରୁ ଚୋରି ଅଭିଯୋଗରେ ଗିରଫ ରାଜୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଉପକାରଗାରରେ କଏଦୀ ଭାବେ ସଜା କାଟୁଥିଲେ । ହଠାତ୍ ନିଶା ପାଇଁ କାରଗାରରେ ଉତ୍ପାତ ଆରମ୍ଭ କରିଥିଲା ବୋଲି କୁହାଯାଉଛି ।
ଗୁରୁତର ଅବସ୍ଥାରେ ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ରାଜୁର ମୃତ୍ୟୁ ଘଟିଛି । ସେପଟେ ପରିବାର ଲୋକେ ଅଭିଯୋଗ କରିଛନ୍ତି ପୋଲିସ ମାଡ଼ରେ ମୃତ୍ୟୁ ହୋଇଛି । ଏନେଇ ତଦନ୍ତ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.