Below header

ବହୁ ସଂଘର୍ଷ ପରେ ୮ ବର୍ଷ ପରେ ଆସିଲା କୋର୍ଟଙ୍କ ରାୟ, ମୃତ କୁକୁରର ମାଲିକଙ୍କୁ ମିଳିବ ୩ ଲକ୍ଷ ଟଙ୍କା କ୍ଷତିପୂରଣ! ଉଦ୍ଦେଶ୍ୟ ଥିଲା, ସମାଜକୁ ଶିକ୍ଷା ଦେବା…

ମହାରାଷ୍ଟ୍ରରେ ବର୍ଷ ବର୍ଷର ଆଇନଗତ ଲଢ଼େଇ ପରେ ଏକ କୁକୁର ମୃତ୍ୟୁ ମାମଲାରେ ମାଲିକଙ୍କୁ ଲକ୍ଷାଧିକ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ଚନ୍ଦ୍ରପୁର ମୋଟର ଆକ୍ସିଡେଣ୍ଟ କ୍ଲେମ୍ସ ଟ୍ରିବ୍ୟୁନାଲ, ବୀମା କମ୍ପାନୀକୁ ଆଦେଶ ଦେଇଛନ୍ତି କି, ସେହି କୁକୁରର ମାଲିକଙ୍କୁ ୧ ଲକ୍ଷ ୬୨ ହଜାର ଟଙ୍କା ଏବଂ ସୁଧ ରାଶି ପ୍ରଦାନ କରାଯାଉ। ଦେଶରେ ଏହା ପ୍ରଥମ ଘଟଣା, ଯେଉଁଠି ଏକ ସଡ଼କ ଦୁର୍ଘଟଣାରେ କୌଣସି କୁକୁରର ମୃତ୍ୟୁ ମାମଲାରେ କ୍ଷତିପୂରଣ ଦିଆଯାଇଛି। କହି ରଖୁଛୁ କି, ଚନ୍ଦ୍ରପୁରରେ ୨୦୧୩ ମସିହାରେ ସଡକ ଦୁର୍ଘଟଣାରେ ଏକ କୁକୁରର ମୃତ୍ୟୁ ଘଟିଥିଲା। କୁକୁର ମୃତ୍ୟୁର ୮ ବର୍ଷ ପରେ ଏବେ ବୀମା କମ୍ପାନୀକୁ ସୁଧ ସହିତ କ୍ଷତିପୂରଣ ବାବଦକୁ ୩ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

କୁକୁରର ମାଲିକଙ୍କ ପକ୍ଷରୁ କୋର୍ଟରେ ଓକିଲ ଜୟପ୍ରକାଶ ପାଣ୍ଡେ କହିଥିଲେ ଯେ ଏହି ମାମଲାକୁ କୋର୍ଟକୁ ନେଇଯିବାର ଉଦ୍ଦେଶ୍ୟ ପଇସା ନ ଥିଲା, ବରଂ ସମାଜକୁ ଏକ ଶିକ୍ଷା ଥିଲା। ରାସ୍ତାରେ ମଣିଷ ହୁଅନ୍ତୁ କି ପଶୁ, ସମସ୍ତଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବା ଡ୍ରାଇଭରର କାମ ବୋଲି ଆମେ ଜଣାଇବାକୁ ଚାହୁଁଥିଲୁ। କୋର୍ଟ ଆମ କଥାକୁ ଧ୍ୟାନରେ ରଖି ଏହାର ରାୟ ଶୁଣାଇଛନ୍ତି। ସେ କହିଛନ୍ତି କି, କୋର୍ଟରେ ଗତ ୮ ବର୍ଷ ଧରି ଏହି ମାମଲା ଚାଲିଥିଲା। ଏହି ଲଢ଼େଇ ଅତ୍ୟନ୍ତ କଠିନ ଥିଲା। କହୁ ରଖୁଛୁ, ଜନ୍ ନାମକ କୁକୁରର ମୃତ୍ୟୁ ମାମଲାରେ ଏହାର ମାଲିକ ଉମେଶ ଭଟକର ମୋଟର ଆକ୍ସିଡେଣ୍ଟ କ୍ଲେମ୍ସ ଟ୍ରିବ୍ୟୁନାଲରେ ଆବେଦନ କରି ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ।

କୁକୁରର ମାଲିକ ଉମେଶ କହିଛନ୍ତି, ଏହି ଘଟଣା ୧୦ ଜାନୁଆରୀ, ୨୦୧୬ରେ ଘଟିଥିଲା। ସେହି ଦିନ ସେ ସକାଳେ ନିଜ କୁକୁରକୁ ବାହାରେ ବୁଲାଉଥିଲେ, ଏହି ସମୟରେ ଏକ ସ୍କୁଲ ବସ୍ ଦ୍ରୁତ ଗତିରେ ଆସି କୁକୁରକୁ ଧକ୍କା ଦେଇଥିଲା, ଯାହାକି ରହିମ୍‌ ଟ୍ରାଭେଲ୍ସ କମ୍ପାନୀର ଥିଲା। ଏହି ସମ୍ବନ୍ଧରେ ଦୁର୍ଗାପୁର ଥାନାରେ ଅଭିଯୋଗ ମଧ୍ୟ ଦାଖଲ କରାଯାଇଥିଲା। ପଞ୍ଚନାମା ଏବଂ ପୋଷ୍ଟମର୍ଟମ ମଧ୍ୟ ହୋଇଥିଲା। କୁକୁରର ମାଲିକ ଏହି ମାମଲାରେ ସମ୍ପୃକ୍ତ ବସ୍ ମାଲିକ, ଡ୍ରାଇଭର ଏବଂ ବୀମା କମ୍ପାନୀକୁ ପାର୍ଟି କରିଥିଲେ। ସେ କହିଥିଲେ କି, ତାଙ୍କ କୁକୁର ଏକ କମ୍ପାନୀର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲା ଏବଂ ଏଥିରୁ ସେ ମାସକୁ ୮ ହଜାର ଟଙ୍କା ରୋଜଗାର କରୁଥିଲେ। ପୂରା ଘଟଣା ଜାଣିବା ପରେ ବର୍ତ୍ତମାନ କୋର୍ଟ ବୀମା କମ୍ପାନୀକୁ ଏହି ମାମଲାରେ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.