ନାଗ ସାପ କବଳରୁ ମାଲିକଙ୍କୁ ବଞ୍ଚାଇଲା ଡୋବରମ୍ୟାନ୍‌, ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର(କେନ୍ଯୁଜ୍): ଡୋବରମ୍ୟାନ୍‌-ନାଗ ମୁହାଁମୁହିଁ । ପୋଷା କୁକୁର ସହ ନାଗ ସାପର ଲଢେଇ । ନାଗ ସାପ କବଳରୁ ମାଲିକଙ୍କୁ ବଞ୍ଚାଇଲା ଡୋବରମ୍ୟାନ୍‌ । ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି।

ଗତକାଲି ରାତିରେ ଅଗଣା ଦେଇ ଏକ ୩ ଫୁଟ ଲମ୍ବର ନାଗ ସାପ ସୌମ୍ୟରଞ୍ଜନଙ୍କ ଘର ଭିତରକୁ ପଶୁଥିବା ବେଳେ ସାପକୁ ଘର ଭିତରେ ପୁରାଇ ଦେଇନଥିଲା ଡୋବରମ୍ୟାନ୍‌ । ପୋଷା କୁକୁର ଓ ନାଗ ମୁହାଁମୁହିଁ ହୋଇଥିଲେ। କୁକୁର ଓ ସାପର ଲଢେଇରେ ସାପଟି ଗୁରୁତର ହୋଇ ପଡିଥିଲା।

ଏତିକିବେଳେ ଘରେ ଶୋଇଥିବା ସୌମ୍ୟରଞ୍ଜନ ପହଁଞ୍ଚି ଦେଖିବା ବେଳେ ସାପଟି ଦରମରା ହୋଇ ପଡିଥିଲା। ସ୍ନେକ୍‌ ହେଲ୍ପଲାଇନ୍‌କୁ ଖବର ଦେବା ପରେ ହେଲ୍ପଲାଇନ୍‌ର ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ସାପଟିକୁ ଓୟୁଏଟି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.