Below header

ପାକିସ୍ତାନରେ ଇଶ୍ୱର ନିନ୍ଦା କରିଥିବା ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡ ସହ ଜରିମାନା ଦେଲେ କୋର୍ଟ

ଇସଲାମବାଦ : ପାକିସ୍ତାନର ଜଣେ ବ୍ୟକ୍ତି ଇଣ୍ଟରନେଟରେ ନିଜକୁ ଇଶ୍ୱରଙ୍କ ଦୂତ ବୋଲି କହି ଫାଶି ଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ପାକିସ୍ତାନର ଏକ ଅଦଲାତ ଉକ୍ତ ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ପାକିସ୍ତାନ ଦଣ୍ଡ ଧାରା-ସି ଅନୁଯାୟୀ ମୃତ୍ୟୁ ଦଣ୍ଡ ଦେଇଛନ୍ତି ।

ଡନ୍‌ ସମାଚାରପତ୍ର ଖବର ଅନୁଯାୟୀ, ବସୀର ମସ୍ତାନ ନାମକ ଜଣେ ବ୍ୟକ୍ତି ନିଜକୁ ଭଗବାନଙ୍କର ଦୂତ କହି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଅପଲୋଡ କରିଥିଲେ । ପେଶାଓ୍ଵରର ହାଇକୋର୍ଟ ତାଙ୍କୁ ଏହି ଅପରାଧ ପାଇଁ ଫାଶୀଦଣ୍ଡ ଦେବା ସହ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ଭାଇରାଲ ହୋଇଥିବା ଏହି ଭିଡ଼ିଓରେ କୁହାଯାଇଛି ଯେ ବ୍ୟକ୍ତି ଜଣକ ନିଜକୁ ଦେବଦୂତ ବୋଲି କହି ଏକ ଭିଡିଓ ଭାଇରାଲ କରିଥିଲେ । ଏହାଦ୍ୱାରା ଲୋକଙ୍କ ମନରେ ଆତଙ୍କ ଖେଳିଯାଇଥିଲା । କୋର୍ଟ ଏହି ମାମଲାକୁ ଇଶ୍ୱରଙ୍କର ନିନ୍ଦା ବୋଲି ବିବେଚନା କରି ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ।

ଇଶ୍ୱର ନିନ୍ଦା କ‘ଣ

ପାକିସ୍ତାନରେ ଇଶ ନିନ୍ଦା(ଇଶ୍ୱର ନିନ୍ଦା) ଅର୍ଥ ଯଦି କେହି ବ୍ୟକ୍ତି ଜାଣିଶୁଣି ଧାର୍ମିକ ଅନୁଷ୍ଠାନ ବା ଧାର୍ମିକ ଭାବନା ପ୍ରତି ଆଘାତ ସୃଷ୍ଟି କରନ୍ତି ତାକୁ ଇଶ ନିନ୍ଦା ବୋଲି କୁହାଯାଇଥାଏ । ଏଥିପାଇଁ ପାକିସ୍ତାନରେ ମୃତ୍ୟୁ ଦଣ୍ଡ ବ୍ୟବସ୍ଥା ରହିଛି । ଏହି ଦେଶରେ ଇଶ୍‌ ନିନ୍ଦା ପାଇଁ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି ।

ଇଶ୍ୱର ନିନ୍ଦା ପାଇଁ ଆଇନ ବ୍ୟବସ୍ଥା କ’ଣ

ଇସଲାମରେ ପେଗମ୍ବର ମହମ୍ମଦଙ୍କ ବିରୋଧରେ କିଛି ବି ଟିପ୍ପଣୀ ଦେବା ପାଇଁ ମୃତ୍ୟୁ ଦଣ୍ଡ ବ୍ୟବସ୍ଥା ରହିଛି । ଯଦି କିଛି ପରିସ୍ଥିତିରେ ମୃତ୍ୟୁ ଦଣ୍ଡ ଦିଆ ଯାଇନପାରେ ତେବେ ଦୋଷୀକୁ ଆଜୀବନ କାରାଦଣ୍ଡ ଦିଆଯିବ । ଏହି ଆଇନ ବ୍ରିଟିଶ ସମୟରୁ ପ୍ରଚଳିତ ରହିଆସିଛି । ରିପୋର୍ଟ ଅନୁଯାୟୀ ବିଶ୍ୱର ଅନେକ ମୁସଲିମ ଦେଶରେ ଆର୍ଥିକ ଦଣ୍ଡ ସହ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । ହେଲେ ଇରାନ, ସାଉଦୀ ଆରବ ଓ ପାକିସ୍ତାନରେ ଏଥିପାଇଁ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.