ଜଳନ୍ତା ସିଗାରେଟରୁ ଘଟିଲା ବଡ଼ ଦୁର୍ଘଟଣା, ଭିଡ଼ିଓ ହେଲା ଭାଇରାଲ

ଏହା ସମସ୍ତଙ୍କୁ ଜଣା ଯେ ସିଗାରେଟ ଦେହ ପାଇଁ ବହୁତ କ୍ଷତିକାରକ। ଏହି କଥା ସମସ୍ତ ନିଶାଦ୍ରବ୍ୟରେ ମଧ୍ୟ ଲେଖାଯାଇଥାଏ। ସିଗାରେଟ୍‌, ତମ୍ବାଖୁ ପ୍ୟାକେଟ ଆଦିରେ ଏଥିରେ ପାଇଁ ସତର୍କ ବାଣୀ ଲେଖାଯାଇଥାଏ । କିନ୍ତୁ ଏହାପରେ ବି ଲୋକ ଏଥିପ୍ରତି ସଜାଗ ରହୁନାହାଁନ୍ତି।

ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା ଦିଶା ନିର୍ଦ୍ଦେଶକୁ ଜାଣିଲା ପରେ ବି ଲୋକମାନେ ଏହାକୁ ଖାଇବାରେ ବ୍ୟସ୍ତ। ଏହାପରେ ଯେଉଁ ସମସ୍ୟା ହେଉଛି ତାକୁ ବୁଝିଲା ବେଳକୁ ହାତରେ ଆଉ ସମୟ ନଥାଏ। ତେବେ ଏହା କେବଳ ଶରୀର ମଧ୍ୟରେ ଖରାପ ପ୍ରଭାବ ପକାଏ ନାହିଁ। ଯଦି ସିଗାରେଟ ପିଇବା ପରେ ଏହାର ନିଆଁକୁ ନଲିଭାଇ ସେମିତି ଫିଙ୍ଗାଯାଏ ତେବେ ଏହା ବହୁତ ଖତରନାକ ହୋଇଥାଏ। ଏହା ଆପଣଙ୍କ ଜୀବନ ମଧ୍ୟ ନେଇଯାଏ। ଯଦି ବିଶ୍ୱାସ ନାହିଁ, ତେବେ ଦେଖନ୍ତୁ ଏହି ଭିଡ଼ିଓ..

 

View this post on Instagram

 

A post shared by Meme wala (@memewalanews)

ଏହି ଭିଡ଼ିଓରେ ବ୍ୟକ୍ତି ଜଣକ ସିଗାରେଟ୍‌ ପିିଇବା ପରେ ତାହାକୁ ନଲିଭାଇ ଏକ ଗାତରେ ସେମିତି ପକାଇ ଦେଉଛନ୍ତି। ଯାହା କାରଣରୁ ତାଙ୍କ ଜୀବନ ଚାଲିଯାଉଛି। ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଧୁମ୍ରପାନ ପରେ ଜଳନ୍ତା ସିଗାରେଟକୁ ସେମିତି ପକାଉଛନ୍ତି। ଯାହା ପାଇଁ ବ୍ଲାଷ୍ଟ ହେଲା। ବ୍ୟକ୍ତିର ଜୀବନ ଚାଲିଗଲା। ଏହି ଫୁଟେଜ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.