ନୂଆବର୍ଷରେ ନିଜ ରାଶିରେ ପ୍ରବେଶ କରିବେ ଶନିଦେବ, ଏହିସବୁ ରାଶିର ଲୋକଙ୍କ ଭାଗ୍ୟରେ ହେବ ବଡ଼ ପରିବର୍ତ୍ତନ; ୨ଟି ରାଶି ପାଇଁ ରହିଛି ବିିପଦ

।।ଓମ୍‌ ଶଂ ଶନୈଶ୍ଚରାୟ ନମଃ।।

ଜ୍ୟୋତିଷ ଶାସ୍ତ୍ର ମୁତାବିକ ଶନିଦେବ ହେଉଛନ୍ତି ନ୍ୟାୟର ଦେବତା। ସେ ଅନ୍ୟାୟ ଓ ଅନ୍ୟାୟ କରୁଥିବା ଲୋକମାନଙ୍କୁ କଦାପି ସହି ପାରନ୍ତି ନାହିଁ। ମନାଯାଏ ଯେ ଶନିଦେବ ଯଦି କାହା ଉପରେ ଥରେ ପ୍ରସନ୍ନ ହୋଇଯାନ୍ତି। ତେବେ ସେହି ଲୋକର ଭାଗ୍ୟରେ ବଡ଼ ପରିବର୍ତ୍ତନ ହୁଏ। ସେ ଭାଗ୍ୟଶାଳୀ ହୋଇଯାଏ।

ଶନିଦେବଙ୍କ ସମ୍ମୁଖରେ ଛିଡ଼ା ହେବାକୁ ଶାସ୍ତ୍ରରେ ବାରଣ କରାଯାଇଛି। କାରଣ ଯିଏ ସେମିତି କରେ ଶନିଙ୍କର କୋପ ଦୃଷ୍ଟି ପଡ଼ିଯାଏ। ଏମିତିରେ ବି ଯଦି ଶନିଦେବଙ୍କ କୋପ ଦୃଷ୍ଟି କାହାରି ଉପରେ ପଡ଼ିଯାଏ ତେବେ ତାର ଦୁର୍ଦ୍ଦିନ ଆରମ୍ଭ ହୋଇଯାଏ ବୋଲି ବିଶ୍ୱାସ ରହିଛି। ସବୁ ଆଡୁ ଅଭାବ ଆରମ୍ଭ ହୋଇଯାଏ। ଯେତେବେଳେ ଶନି ଦେବ ରାଶି ପରିବର୍ତ୍ତନ କରିଥାନ୍ତି ସେତେବେଳେ ପ୍ରତ୍ୟେକଙ୍କ ଜୀବନ ଉପରେ ଖାସ ପ୍ରଭାବ ପଡ଼ିଥାଏ। ଗୋଟିଏ ରାଶିରେ ଶନି ଦେବ ୭ବର୍ଷ ରହିଥାନ୍ତି। ଏହାରି ମଧ୍ୟରେ ସେ ଅଢ଼େଇ ବର୍ଷରେ ରାଶି ପରିବର୍ତ୍ତନ କରିଥାନ୍ତି।

planet
pc: www.rojgarsamachar.in

ଏବେ ଶନି ମକର ରାଶିରେ ଅଛନ୍ତି। ୨୦୨୨ ମାନେ ଆସନ୍ତା ନୂଆବର୍ଷରେ ଶନି ଗୋଚର ପ୍ରକାରେ ନିଜ ରାଶି ମାନେ କୁମ୍ଭ ରାଶିରେ ପ୍ରବେଶ କରିବେ। ଏବେ ଜାଣନ୍ତୁ ନୂଆବର୍ଷରେ ଶନିଦେବ ନିଜ ରାଶିରେ ପ୍ରବେଶ କରିବା ପରେ ଅନ୍ୟ ରାଶିର ଲୋକଙ୍କ ଉପରେ କେମିତି ପ୍ରଭାବ ପଡ଼ିବ। ଶନି ଦହିଆ ସହ ସାଢ଼େ ସାତି ଶନିଙ୍କର ପ୍ରଭାବ ସମ୍ପର୍କରେ ଜାଣିବା ପାଇଁ ଆଗକୁ ପଢ଼ନ୍ତୁ।

ଶନିଦେବ ପାଖାପାଖି ୩୦ ବର୍ଷ ପରେ ନିଜ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଶନିଦେବ ୨୦୨୨ ଅପ୍ରେଲ ୨୯ ତାରିଖରେ କୁମ୍ଭ ରାଶିରେ ପ୍ରବେଶ କରିବେ । ଜ୍ୟୋତିଷ ଶାସ୍ତ୍ର ମୁତାବିକ ଶନି ଅଢ଼େଇ ବର୍ଷରେ ରାଶି ପରିବର୍ତ୍ତନ କରିଥାନ୍ତି।

sat
pc: zee news

କୁମ୍ଭ ରାଶିରେ ଶନିଦେବ ପ୍ରବେଶ କରିବା ପରେ ଧନୁ ରାଶିଙ୍କର ସାଢ଼େ ସାତିରୁ ମୁକ୍ତି ମିଳିବ। ଏହାସହ ରାଶି ଚକ୍ରରେ ସବୁଠୁ ଶେଷ ରାଶି ମୀନରେ ସାଢ଼େ ସତୀର ପ୍ରଥମ ଭାଗ ଆରମ୍ଭ ହୋଇଯିବ। ଏହାସହ କୁମ୍ଭ ରାଶିରେ ସାଢ଼େ ସାତୀର ଦ୍ୱିତୀୟ ଚରଣ ଆରମ୍ଭ ହୋଇଯିବ। ଏହାସହ ମକର ରାଶିରେ ସାଢ଼େ ସାତୀର ଅନ୍ତିମ ଚରଣ ଆରମ୍ଭ ହେବ।

ବର୍ଷ ୨୦୨୨ରେ ଗୋଚର ପ୍ରକାରେ ରାଶିରେ ଶନିଙ୍କର ଦେଢ଼୍ୟା ଆରମ୍ଭ ହେବ। ଏହାର ଅର୍ଥ ଯେଉଁ ରାଶିରେ ଶନି ୪ର୍ଥ କିମ୍ବା ୮ମ ସ୍ଥାନରେ ଥିବେ ସେହି ରାଶିମାନଙ୍କରେ ଶନି ଦେଢ଼୍ୟା ଲାଗିବ। ୨୦୨୨ରେ ଶନି ଦେଢ଼୍ୟା ଅନ୍ତର୍ଗତ କର୍କଟ ଓ ବୃଷ ରାଶିରେ ପ୍ରଭାବ ପଡ଼ିବ। ଏହି ସମୟରେ ଏହି ରାଶିକୁ ଅଧିକ ସତର୍କ ରହିବା ଜରୁରୀ। ଏହାସହ ମିଥୁନ ଓ ତୁଳା ରାଶି ଲୋକଙ୍କୁ ଶନିଙ୍କ ଦେଢ଼୍ୟାରୁ ମୁକ୍ତି ମିଳିବ।