Below header

ପ୍ଲାଟଫର୍ମରେ ବସିଥିବା ଭିକାରୀ କଲେ ଟଙ୍କା ବର୍ଷା, ଏତେ ଟଙ୍କା ଆସିଲା କେଉଁଠୁ, ଦେଖନ୍ତୁ ପୁରା ଭିଡିଓ

ଉଜ୍ଜେନ : ମଧ୍ୟ ପ୍ରଦେଶ ଉଜ୍ଜେନରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ଭିଡିଓଟିରେ ଦେଖାଯାଇଛି, ଜଣେ ଭକାରି ଟଙ୍କାର ବର୍ଷା କରୁଛନ୍ତି । ପ୍ଲାଟଫର୍ମରେ ଲୋକଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କା ଦେଖି ଲୋକେ ଚକିତ ହୋଇଯାଇଛନ୍ତି ।

ବେଳେ ବେଳେ ଆଖି ଦେଖା କଥା ବି ଧୋକା ଦେଇଥାଏ । ବାହାରୁ ଦେଖୁଥିବା ଜଣେ ବ୍ୟକ୍ତିକୁ ତାର ପ୍ରକୃତ ପରିଚୟ ବିଷୟରେ ଜାଣିବା କଷ୍ଟକର ହୋଇଥାଏ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଉଜ୍ଜୟିନୀ ସହରରେ । ଭିକାରୀ ଭଳି ଦେଖା ଯାଉଥିବା ଜଣେ ବ୍ୟକ୍ତି ପ୍ଲାଟଫର୍ମରେ କରିଛନ୍ତି ଟଙ୍କାର ବର୍ଷା । ଯାହାକୁ ଦେଖି ଦେଖଣାହାରି କାବା ହୋଇଯାଇଛନ୍ତି ।

ଭିଡ଼ିଓରେ ଦେଖାଯାଇଛି ଯେ ଏଠାକାର ନାଗଦା ରେଲେଓ୍ଵ ଷ୍ଟେସନ ପ୍ଲାଟଫର୍ମରେ ବସିଥିବା ଜଣେ ବୃଦ୍ଧ ଭିକାରି ୫୦, ୧୦୦ ଓ ୫୦୦ ଟଙ୍କିଆ ନୋଟ ଉଡାଉଥିଲେ । ଏଗୁଡିକ ପ୍ଲାଟଫର୍ମରେ ଏଣେ ତେଣେ ବିଞ୍ଚି ହୋଇ ପଡ଼ିଥିଲା । ଜିଆରପି ପୋଲିସ ଏହି ନୋଟଗୁଡ଼ିକୁ ଏକାଠି କରି ଭିକାରିଙ୍କୁ ଦେଉଥିବାର ଦେଖାଯାଇଥିଲା । ନୋଟ ବର୍ଷା ହେଉଥିବା ଦେଖି କେହି ଟ୍ରେନରେ ବସିଥିବା କେହି ଜଣେ ଯାତ୍ରୀ ଏହାକୁ ଭିଡ଼ିଓ କରିଛନ୍ତି ।

ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ନେଇ ପଚରା ଉଚାର କରିଛନ୍ତି । ବୃଦ୍ଧ ଜଣକ କହିଛନ୍ତି ଯେ ସେ ବୁରହାନପୁରର ଅଧିବାସୀ ଅଟନ୍ତି । ତାଙ୍କ ପାଖରେ ବହୁତ ବଡ଼ ଧନୀ ଲୋକ । ତାଙ୍କ ପାଖରେ ବହୁତ ଟଙ୍କା ଅଛି । ପୋଲିସ ଏହି କଥାର ଯାଞ୍ଚ କରୁଥିବା ଜଣାଯାଇଛି । ଭିଡିଓଟି ଭାଇରାଲ ହେବା ପରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

video courtesy : PUNJAB KESARI MP

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.