Below header

ବଞ୍ଚି ଉଠିଲେ ମୃତ ମହିଳା ! ଶୁଦ୍ଧିକ୍ରିୟା ସମୟରେ କଫିନ ଭିତରୁ କଲେ ଠକ୍‌ ଠକ୍‌ ଶବ୍ଦ

ପରମ୍ପରା ଅନୁଯାୟୀ, ପରିବାର ଲୋକ ଶବରେ ଧଳା କପଡ଼ା ଗୁଡ଼ାଇ କଫିନ ଭିତରେ ଭର୍ତ୍ତି କରି ଶୁଦ୍ଧିକ୍ରିୟା ପ୍ରକ୍ରିୟା ଆରମ୍ଭ କରିଥିଲେ। ହେଲେ କଫିନକୁ ମାଟିରେ ପୋତିବାକୁ ନେବା ସମୟରେ ସେଥିରୁ ହଠାତ ଠକ୍‌ ଠକ୍‌ ଶବ୍ଦ ଆସୁଥିବା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କେନ୍ୟୁଜ୍(ବ୍ୟୁରୋ):ଜିଇଁ ଉଠିଲେ ମୃତ ମହିଳା! ଶୁଦ୍ଧିକ୍ରିୟା ସମୟରେ କଫିନ ଭିତରୁ ଠକ୍‌ ଠକ୍‌ ଶବ୍ଦ କରି ସମସ୍ତଙ୍କୁ କଲେ ଚକିତ। ଇକ୍ୟୁଏଡରର ଜଣେ ମହିଳାଙ୍କର ହୃଦଘାତ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏପରିକି ମହିଳାଙ୍କ ଡେଥ୍‌ ସାର୍ଟିଫିକେଟ ବି ତାଙ୍କ ପୁଅଙ୍କୁ ହସ୍ତାନ୍ତର କରିଥିଲେ ହସ୍ପିଚାଲ କର୍ତ୍ତୁପକ୍ଷ। ଏହାପରେ ପରମ୍ପରା ଅନୁଯାୟୀ, ପରିବାର ଲୋକ ଶବରେ ଧଳା କପଡ଼ା ଗୁଡ଼ାଇ କଫିନ ଭିତରେ ଭର୍ତ୍ତି କରି ଶୁଦ୍ଧିକ୍ରିୟା ପ୍ରକ୍ରିୟା ଆରମ୍ଭ କରିଥିଲେ। ହେଲେ କଫିନକୁ ମାଟିରେ ପୋତିବାକୁ ନେବା ସମୟରେ ସେଥିରୁ ହଠାତ ଠକ୍‌ ଠକ୍‌ ଶବ୍ଦ ଆସୁଥିବା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପରିବାର ଲୋକ ଏହାପରେ କଫିନ ଖୋଲି ଦେଖିଥିଲେ ଯେ, ମହିଳା ଜଣକ ଖୁବ୍‌ ଜୋରେ ନିଶ୍ୱାସ ପ୍ରଶ୍ୱାସ ନେଉଛନ୍ତି। ଏହାପରେ ମହିଳାଙ୍କୁ ମୃତ ଘୋଷଣା କରିଥିବା ହସ୍ପିଟାଲକୁ ପରିବାର ଲୋକେ ପୁଣି ନେଇଯାଇଥିଲେ। ଆଉ ବର୍ତ୍ତମାନ ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ହସ୍ପିଟାଲ କର୍ତ୍ତୁପକ୍ଷ କହିଛନ୍ତି, ଏବଂ ତାଙ୍କ ବଞ୍ଚିବାର ଆଶା ଖୁବ କମ୍‌ ଥିବା ମଧ୍ୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.