ନିଜ ପଡ଼ୋଶୀଙ୍କୁ ହତ୍ୟା କଲା ଡେଲିଭରି ବଏ, ମୃତଦେହକୁ ବେଡ୍‌ସିଟରେ ଗୁଡ଼ାଇ ତାଙ୍କରି ଘରେ ହିଁ ଲୁଚାଇଦେଲା

ମୁମ୍ବାଇରେ ଘଟିଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଏଠାରେ ଜଣେ ଡେଲିଭରି ବଏ ନିଜ ପଡ଼ୋଶୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ପଡ଼ୋଶୀଙ୍କ ସହ ଝଗଡ଼ା ପରେ ଡେଲିଭରି ବଏ ତାଙ୍କୁ ହତ୍ୟା କରିଥିଲେ ଏବଂ ପରେ ମୃତଦେହକୁ ବେଡ୍‌ସିଟରେ ଗୁଡ଼ାଇ ସେହି ପଡ଼ିଶା ଘରେ ହିଁ ଲୁଚାଇ ଦେଇଥିଲେ।

ପୋଲିସ ମୁତାବକ, ଅଭିଯୁକ୍ତ ଡେଲିଭରି ବଏ ହେଲେ ଜେମ୍ସ ପଲ୍‌ କାନାରନ୍‌। ଅଭିଯୁକ୍ତଙ୍କ ନାଁରେ ପୋଲିସ ଆଇପିସି ଧାରାରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି। ରବିବାର ଏହି ଘଟଣା ସାମ୍ନାକୁ ଆସିଥିଲା। ଯେତେବେଳେ ସୋସାଇଟିର କିଛି ଲୋକ ପୀଡ଼ିତଙ୍କ ଘରକୁ ଯାଇଥିଲେ, ସେତେବେଳେ ଘର ଭିତରୁ ପ୍ରବଳ ଦୁର୍ଗନ୍ଧ ଆସୁଥିଲା।

ଏ ସମ୍ପର୍କରେ ସେମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହକୁ ତାଙ୍କରି ଘରୁ ଏକ ବେଡ୍‌ସିଟ ଭିତରୁ ଜବତ କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ବ୍ୟକ୍ତି ଜଣକ ଅଭିଯୁକ୍ତଙ୍କୁ ଶୁକ୍ରବାର ରାତିରେ ନିଜ ଘରକୁ ମଦ ପିଇବାକୁ ଡାକିଥିଲେ।

ହେଲେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଡେଲିଭରି ବଏ ତାଙ୍କ ଉପରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟା ପରେ ଅଭିଯୁକ୍ତ ସେଠାରୁ ଫେରାର୍‌ ହୋଇଯାଇଥିଲେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.