Below header

ଚ୍ୟାମ୍ବର ଭିତରେ ସ୍କୁଲ ପ୍ରିନ୍ସିପାଲ ଓ ଶିକ୍ଷକ ମିଶି ୫ମ ଶ୍ରେଣୀ ଛାତ୍ରୀଙ୍କୁ କଲେ ଦୁଷ୍କର୍ମ, ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ନାବାଳିକା ଗର୍ଭବତୀ

ବିହାରର ରାଜଧାନୀ ପାଟନାରେ ୧୧ ବର୍ଷର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ କୋର୍ଟ ଦୋଷୀକୁ ଫାଶି ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ଅରବିନ୍ଦ କୁମାର ସ୍କୁଲ ପ୍ରିନ୍ସିପାଲ ବୋଲି ଜଣାପଡ଼ିଛି। ଏହି ମାମଲାରେ ଅନ୍ୟ ଜଣେ ଶିକ୍ଷକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସ୍କୁଲରେ ପଢ଼ୁଥିବା ଏହି ନାବାଳିକାଙ୍କୁ ଦୁହେଁ ମିଶି ଦୁଷ୍କର୍ମ କରିଥିଲେ। ଘଟଣା ଘଟିଥିଲା ୨୦୧୮ ସେପ୍ଟେମ୍ବରରେ।

ସୂଚନାଥାଉ କି, ଏହି ଘଟଣାର ଖୁଲାସା ସେତେବେଳେ ହୋଇଥିଲା, ଯେତେବେଳେ ନାବାଳିକା ଗର୍ଭବତୀ ଥିବା ଜଣାପଡ଼ିଥିଲା। ନାବାଳିକାଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ଟରଙ୍କ ପାଖକୁ ନିଆଯାଇଥିଲା। ଝିଅ ଗର୍ଭବତୀ ଥିବା ଜାଣି ଡାକ୍ଟର ଏବଂ ଘର ଲୋକଙ୍କର ହୋଶ୍‌ ଉଡ଼ି ଯାଇଥିଲା। ସେମାନେ ପୋଲିସରେ ଏ ନେଇ ଅଭିଯୋଗ କରିଥିଲେ।

ପୋଲିସ ସୂଚନା ମୁତାବକ, ଚ୍ୟାମ୍ବରରେ ହିଁ ସ୍କୁଲ ପ୍ରିନ୍ସିପାଲ ଓ ଶିକ୍ଷକ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଏହି ମାମଲାରେ ଶୁଣାଣି ଜାରି ରହିଥିଲା। ଯାଞ୍ଚ ପରେ ପୋଲିସ କିଛି ପ୍ରମାଣ କୋର୍ଟରେ ଦାଖଲ କରିଥିଲା। ପ୍ରମାଣ ଆଧାରରେ କୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଏହି କ୍ରମରେ ୧୫ ଫେବୃଆରୀରେ ଜିଲା ଦୌରା ଅଦାଲତ ପ୍ରିନ୍ସିପାଲଙ୍କୁ ଫାଶି ଏବଂ ଶିକ୍ଷକଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। କୋର୍ଟ ଏହି ମାମଲାକୁ ‘ରେୟାରେଷ୍ଟ ଅଫ୍‌ ଦ ରେୟାର କେସ୍‌’ ମାନିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.