Below header

ଦେଶରେ ହଜାରେ ପାର କଲା କରୋନା ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ୭୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌ । ହଜାରେ ପାର କଲା କରୋନା ମୃତ୍ୟୁ ସଂଖ୍ୟା । ଦେଶରେ ଏପର୍ଯ୍ୟନ୍ତ ୧ ହଜାର ୭ ଜଣଙ୍କ ମୁଣ୍ଡ ନେଲାଣି ଏହି ଭୟଙ୍କର ଭାଇରସ୍‌ । ୨୪ ଘଣ୍ଟାରେ ୭୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୯୭ ଜଣ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ ୩୧ ହଜାର ୩୩୨ ଜଣ ଆକ୍ରାନ୍ତ ହୋଇଛନ୍ତି । ସୁସ୍ଥ ହୋଇ ଫେରିଛନ୍ତି ୭ ହଜାର ୬୯୬ ଜଣ । ଆକ୍ଟିଭ୍‌ କେସ୍‌ ରହିଛି ୨୨ ହଜାର ୬୨୯ ।

ମହାରାଷ୍ଟ୍ରରେ ସ୍ଥିତି ଉଦବେଗଜନକ ରହିଛି । ମହାରାଷ୍ଟ୍ରରେ ୯ ହଜାର ୩୧୮ ଲୋକ ଆକ୍ରାନ୍ତ ହୋଇଛନ୍ତି । ୪ ଶହ ଛୁଇଁଛି ମୃତ୍ୟୁସଂଖ୍ୟା । ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ୱିତୀୟରେ ରହିଛି ଗୁଜରାଟ । ଗୁଜରାଟରେ ଆକ୍ରାନ୍ତ ହୋଇଛନ୍ତି ୩ ହଜାର ୭୪୪ ଲୋକ । ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୩୧୪ ରହିଛି । ସେହିପରି ତାମିଲନାଡୁ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ୨ ହଜାର ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.