ଲକଡାଉନରେ ଡ୍ୟାନ୍ସ ଫେଷ୍ଟିଭାଲ କରିବାକୁ ଯାଉଛନ୍ତି ମାଧୁରୀ ଦୀକ୍ଷିତ, ବଡ ବଡ କଳାକାର ବି ହେବେ ସାମିଲ

ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଲକଡାଉନରେ ଲୋକଙ୍କ ଚିନ୍ତା ଦୂର କରିବା ପାଇଁ ଏବଂ ନୂଆ ନୃତ୍ୟ ବିଫ୍ୟା ଶିକ୍ଷା ଦେବା ପାଇଁ ଦୁଇଦିନିଆ ଅନଲାଇନ ନୃତ୍ୟ ମହୋତ୍ସବ(Online Dance Festival)ଆୟୋଜିତ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏହି ଫେଷ୍ଟିଭାଲ ଆଜିର ଏହି ବିଶ୍ୱ ନୃତ୍ୟ ଦିବସରେ ଆରମ୍ଭ ହେବ। ଅଭିନେତ୍ରୀ ମାଧୁରୀ ଦୀକ୍ଷିତ କହିଛନ୍ତି, ଏକ ଏପ୍ରିଲରୁ ଆମର ଆୟୋଗକାର୍ତ୍ତାଙ୍କୁ ବିନା ମୂଲ୍ୟରେ ବିଦ୍ୟା ଶିକ୍ଷା ଦେବା ପରେ ମୁଁ ଡିଡବ୍ଲ୍ୟୁଏମ ଡ୍ୟାନ୍ସ ଫେଷ୍ଟିଭାଲ ସହ ନିଜ ନୃତ୍ୟ ସମୁଦାୟ ପାଇଁ ଏକ ଅନଲାଇନ ମଞ୍ଚ ପ୍ରସ୍ତୁତ କରିଛି।ଦୁଇ ଦିନିଆ ଏହି ମହୋତ୍ସବରେ ସର୍ବଶ୍ରେଷ୍ଠ ନର୍ତ୍ତକ, କୋରିୟଗ୍ରାଫର ଏବଂ ନୃତ୍ୟ ଜଗତର ବିଶେଷଜ୍ଞଙ୍କ ଠାରୁ ନୃତ୍ୟ ଶିକ୍ଷା ମିଳିବ।

mad

ଏହି ମହୋତ୍ସବରେ ବରିଷ୍ଠ କୋରିୟଗ୍ରାଫର ସରୋଜ ଖାନ, ଫାରାହ ଖାନ, ମାଧୁରୀ ଦୀକ୍ଷିତ ଏବଂ ପଣ୍ଡିତ ବ୍ରିଜୁ ମହାରାଜ ଶିକ୍ଷା ଦେବେ। ଏହି ମହୋତ୍ସବ ଡ୍ୟାନ୍ସ ବିଦ ମାଧୁରୀଙ୍କ ସମସ୍ତ ସୋସିଆଲ ମିଡିଆ ପ୍ଲେଟଫର୍ମରେ ଉପଲବ୍ଧ ହେବ, ଯେଉଁଥିରେ ଇନଷ୍ଟାଗ୍ରାମ, ୟୁ-ଟ୍ୟୁବ ଏବଂ ତାଙ୍କ ୱେବସାଇଟ ସାମିଲ ରହିଛି।

ଏହା ପୂର୍ବରୁ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ମାଧୁରୀ ଏକ ନୂଆ କମ୍ପାନୀ ଚଳାଉଛନ୍ତି, ଯାହାର ନାଁ ହେଉଛି ଆସ୍କ ମାଧୁରୀ ଦୀକ୍ଷିତ(Ask Madhuri Dixit)। ଏହି ସେସନରେ ମାଧୁରୀ ନିଜ ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତର ଦେଇଥାନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.