ନୃତ୍ୟ ଏଭଳି ଏକ ମାଧ୍ୟମ ଯାହା ସାହାଯ୍ୟରେ ଲୋକମାନେ ନିଜ ଭାବନାକୁ ବ୍ୟକ୍ତ କରିପାରନ୍ତି। ଏହି ନୃତ୍ୟକୁ ନେଇ ବିଶ୍ୱରେ ଏକ ଖାସ ଦିନ ପାଳନ କରିବାର ନିଷ୍ପତି ୟୁନେସ୍କୋ ୧୯୮୨ ମସିହା ୨୯ ଏପ୍ରିଲରେ ନେଇଥିଲେ। ନୃତ୍ୟର ରିଫାର୍ମର ମହାନ ନର୍ତ୍ତକ ଜିନ ଜାର୍ଜ ନାୱେରେଙ୍କ ଜନ୍ମ ଦିବସକୁ ମନେପକାଇ ଏହି ଦିନକୁ ଅନ୍ତରାଷ୍ଟ୍ରୀୟ ନୃତ୍ୟ ଦିବସ ରୂପେ ପାଳନ କରାଯାଇଥାଏ। ଜିନ ଜାର୍ଜ ଚାହୁଁଥିଲେ ନୃତ୍ୟକୁ ପିଲାମାନଙ୍କ ଶିକ୍ଷାରେ ଏକ ଆବଶ୍ୟକୀୟ ଅଙ୍ଗ ରୂପେ ସାମିଲ କରାଯାଉ।
ଜାର୍ଜ ଜଣେ ଫ୍ରେଞ୍ଚ ଡ୍ୟାନ୍ସର ଥିଲେ। ସେ ନିଜ ପୁସ୍ତକରେ ନୃତ୍ୟ ବିଷୟରେ ଉଲ୍ଲେଖ କରିଥିଲେ। ଏହା ବ୍ୟତୀତ ସେ ଅନ୍ୟ ଏକ ପୁସ୍ତକ ଲେଖିଥିଲେ ଯାହାର ନାଁ ରହିଥିଲା ଲେଟସ ମିଟ ଦ ବୈଲେ। ଦୁନିଆରେ ନୃତ୍ୟକୁ ମାନ୍ୟତା ମିଳିନଥିଲେ ମଧ୍ୟ ଭାରତରେ ନୃତ୍ୟର ଅନେକ ବିଦ୍ୟା ପ୍ରାଚୀନ ଯୁଗରୁପ୍ରଚାଳିତ ହୋଇଆସୁଛି। ଏପରି କି ଭଗବାନ ଶଙ୍କରଙ୍କ ତାଣ୍ଡବ ନୃତ୍ୟ ମଧ୍ୟ ଏକ ବିଦ୍ୟା।
ଭାରତରେ କୋଣ ଅନୁକୋଣରେ ଅନେକ ଲୋକନୃତ୍ୟ ପ୍ରଚଳିତ। ଯେଉଁଥିରେ ଭରତନାଟ୍ୟମ, କୁଚୁପୁଡି, ମୋହିନୀଅଟମ, କଥକ, କଥକଳି, ବିହୁ ଏବଂ ଛଉ ଭଳି ଅନେକ ଲୋକପ୍ରିୟ ନୃତ୍ୟ ବିଦ୍ୟା ରହିଛି। ନୃତ୍ୟ ଏଭଳି ଏକ ମାଧ୍ୟମ, ଯାହା ସଂସାରକୁ ଏକତାର ଶିକ୍ଷା ପ୍ରଦାନ କରିଥାଏ। ଭାରତରେ ଅନେକ ନୃତ୍ୟ ସାଧକ ରହିଛନ୍ତି ଯେଉଁମାନେ ସମଗ୍ର ବିଶ୍ୱରେ ଏହାକୁ ପ୍ରସିଦ୍ଧ କରିଥିଲେ। ଯେପରି କଥକ ନୃତ୍ୟକୁ ପଣ୍ଡିତ ବ୍ରିଜୁ ମହାରାଜ, ଓଡିଶୀ ଗୁରୁ ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର, କୁଚୁପୁଡି ଏବଂ ଭରତନାଟ୍ୟମ ନୃତ୍ୟ ପାଇଁ ମଲ୍ଲିକା ସାରାଭାଇଙ୍କ ଯୋଗ ଦାନ ମହାନ ରହିଥିଲା।