Below header

ଚାଷୀଙ୍କ ଅଭିନବ ଆତ୍ମହତ୍ୟା, ବ୍ୟାଙ୍କ୍‌ ଆଗରେ ଦେଲେ ଦଉଡ଼ି

ଚାଷୀ ଆତ୍ମହତ୍ୟା ଦେଶରେ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଉତ୍ତର ପ୍ରଦେଶ ଶହାରନପୁରରେ ଶନିବାର ଜଣେ ଚାଷୀ ଅଭିନବ ଭାବରେ ଆତ୍ମହତ୍ୟା କରିଛନ୍ତି । ଋଣ ବୋଝରେ ବୁଡ଼ିଥିବା ଚାଷୀ ଜଣକ ଶେଷରେ ବ୍ୟାଙ୍କ୍‌ ଆଗରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କ୍‌ ତାଗିଦ୍‌ରେ ହତାଶ ହୋଇ ଆତ୍ମ ହତ୍ୟାକୁ ଆଦରି ନେଇଥିବା ତାଙ୍କ ପକେଟରୁ ମିଳିଥିବା ସୁଇସାଇଡ୍‌ ନୋଟ୍‌ରୁ ଜଣାପଡିଛି । ଏଥିପାଇଁ ଚାଷୀ ଜଣକ ଉକ୍ତ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଓ ବ୍ୟାଙ୍କ୍‌ ଦଲାଲଙ୍କୁ ଦାୟୀ କରିଛନ୍ତି । ମୃତ ଚାଷୀ ହେଲେ ଫତେପୁର ଥାନା ଅଲ୍ଲୀବାଲା ଗ୍ରାମର ବେଦପାଲ ସିଂ(୫୦)। ଚାଷୀଙ୍କ ଆତ୍ମହତ୍ୟା ଖବର ଜଣାପଡିବା ପରେ କୃଷକ ସଂଗଠନ ରାସ୍ତାକୁ ଓହ୍ଲାଇଛନ୍ତି । ଅଭିଯୁକ୍ତ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ୧୩ ତାରିଖରୁ ଆନ୍ଦୋଳନ ଜାରି ରହିବ ବୋଲି କୃଷକ ସଂଗଠନ ଧମକ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.