Below header

ଦିଲ୍ଲୀ ବୁଲିଯିବାକୁ ଯୋଜନା କରୁଛନ୍ତି କି? ହୋଇ ଯାଆନ୍ତୁ ସାବଧାନ, ଅତି ଖରାପ ସ୍ଥିତିରେ ବାୟୁ ପ୍ରଦୂଷଣ

କେନ୍ୟୁଜ୍‌(ବ୍ୟୁରୋ): ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ । ଧୂଆଁରେ ଢାଙ୍କିହୋଇ ରହିଛି ଦେଶର ଜାତୀୟ ରାଜଧାନୀ ଅଞ୍ଚଳ । ଆଜି ସକାଳୁ ଦିଲ୍ଲୀରେ ବାୟୁ ମାନ ସୂଚକାଙ୍କ ୩୬୯ ରହିଛି । ଦିଲ୍ଲୀଠୁ ବି ସାଙ୍ଘାତିକ ସ୍ଥିତିରେ ରହିଛି ଗୁରୁଗ୍ରାମ ଓ ନୋଇଡାର ବାୟୁର ମାନ । ଗୁରୁଗ୍ରାମରେ ବାୟୁ ମାନ ସୂଚକାଙ୍କ ୩୭୪ ରହିଥିବା ବେଳେ ନୋଇଡାରେ ୩୮୮ ରହିଛି ।

ଏଇ ମାସରେ ଦିଲ୍ଲୀର ବାୟୁ ପ୍ରଦୂଷଣରେ ସାମାନ୍ୟ ସୁଧାର ଆସି ମୋଡେରେଟ୍‌ ସ୍ଥିତିରେ ପହଁଚି ଥିଲା । ଏବେ କିନ୍ତୁ ପୁଣି ଖରାପ ଆଡ଼କୁ ଗତି କରୁଛି ଦିଲ୍ଲୀ ଓ ଆଖପାଖ ଅଞ୍ଚଳର ବାୟୁ ପ୍ରଦୂଷଣ । ପ୍ରଦୂଷଣକୁ ଆଖି ଆଗରେ ରଖି ଭୂ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ଜାରି କରାଯାଇଛି । ହୃଦ ରୋଗୀ, ବୟସ୍କ ଓ ଛୋଟ ଛୁଆଙ୍କୁ ବାହାରକୁ ନ ବାହାରିବା ନେଇ ପରାମର୍ଶ ଦିଆଯାଇଛି ।

ଯଦି ବାୟୁ ମାନ ସୂଚକାଙ୍କ ୦ରୁ ୧୦୦ ଭିତରେ ରହୁଛି ତାହେଲେ ଏହାକୁ ଭଲ ସ୍ଥିତିରେ ରହିଛି ବୋଲି ଧରାଯିବ । ବାୟୁ ମାନ ସୂଚକାଙ୍କ ୧୦୦ରୁ ୨୦୦ ମଧ୍ୟରେ ରହିଲେ ମଧ୍ୟମ, ୨୦୦ରୁ ୩୦୦ ମଧ୍ୟରେ ରହିଲେ ଖରାପ, ୩୦୦ରୁ ୪୦୦ ମଧ୍ୟରେ ରହିଲେ ଅତି ଖରାପ ସ୍ଥିତିରେ ରହିଛି ବୋଲି ଧରାଯିବ । ବାୟୁମାନ ସୂଚକାଙ୍କ ୪୦୦ରୁ ଅଧିକ ରହିଲେ ସାଂଘାତିକ ସ୍ଥିତିରେ ବାୟୁ ପ୍ରଦୂଷଣ ରହିଛି ବୋଲି ଧରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.