ଦିଲ୍ଲୀ ବିଧାନସଭା ପାଇଁ ଆରମ୍ଭ ହେଲା ମତଦାନ, ୧୩ ହଜାର ୭୫୦ ମତଦାନ କେନ୍ଦ୍ରରେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ୯୦ ହଜାର ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ପାଇଁ ଆରମ୍ଭ ହେଲା ମତଦାନ । ସକାଳ ୮ଟାରୁ ସଂଧ୍ୟା ୬ଟା ଯାଏଁ ହେବ ୭୦ ଆସନ ପାଇଁ ହେବ ଭୋଟିଂ । ଏକ କୋଟି ୪୬ ଲକ୍ଷ, ୯୨ ହଜାର ୧୩୬ ଜଣ ଭୋଟର ମତାଦାନ ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ଅଛନ୍ତି ୮୦ ଲକ୍ଷ ୫୫ ହଜାର ପରୁଷ ଓ ୬୬ ଲକ୍ଷ ୩୫ ହଜାର ମହିଳା ଭୋଟର । ଏଥିରେ ୨ଲକ୍ଷ ୩୨ହଜାର ୮୧୫ଜଣ ମତଦାତା ୧୮ରୁ ୧୯ ବର୍ଷ ବୟସର ଯୁବପିଢୀ ସାମିଲ ହୋଇଛନ୍ତି। ୧୩ ହଜାର ୭୫୦ ମତଦାନ କେନ୍ଦ୍ରରେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ୯୦ ହଜାର ପୋଲିସ ।

delhi-poll୭୦ ଆସନ ପାଇଁ ମଇଦାନରେ ୬୭୨ ପ୍ରାର୍ଥୀ । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ସୁନୀଲ ଯାଦବ ଓ କଂଗ୍ରେସର ରମେଶ ସଭରଓ୍ଵାଲ । ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା । ତାଙ୍କ ବିରୋଧରେ ଅଛନ୍ତି ବିଜେପିର ରବିନ୍ଦର ସିଂହ ନେଗୀ ଓ କଂଗ୍ରେସର ଲକ୍ଷ୍ମଣ ରାଓ୍ଵତ । ରେହିଣୀ ଆସନରେ ବି ବିଜେପିର ବିଜେନ୍ଦର ଗୁପ୍ତା ଓ ଆପର ରାଜେଶ ନାମା ବଂଶଓ୍ଵାଲ । ୨୦୧୫ ନିର୍ବାଚନରେ ଦିଲ୍ଲୀକୁ ଝାଡୁ ମାରିଥିଲା କେଜ୍ରିଓ୍ଵାଲଙ୍କ ଆମ୍ ଆଦମୀ ପାର୍ଟି। ଆପ୍‌କୁ ମିଳିଥିଲା ଐତିହାସିକ ବିଜୟ। ଦଳ ପାଇଁ ଦିଲ୍ଳୀ ସମ୍ମାନର ପ୍ରଶ୍ନ ହୋଇଥିବାରୁ ସବୁ କଳ କୌଶଳ ଲଗାଇ ଦେଇଛି ବିଜେପି। ଅପେକ୍ଷା ଆସନ୍ତାକାଲିକୁ । ପ୍ରାର୍ଥୀ ଆଉ ଦଳଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଜନତା। ଦିଲ୍ଲୀ ସିଂହାସନରେ କିଏ ବସିବ ୧୧ରେ ଫଳାଫଳରୁ ଜଣାପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.