Below header

ସନ୍ତାନ ସୁଖ ପାଇବା ଓ ଅନ୍ଧବିଶ୍ବାସ ଯୋଗୁଁ ତାନ୍ତ୍ରିକ କଥାରେ ୩ ବର୍ଷର ପିଲା ବଳି ଦେଲେ ମହିଳା

ଏ ସମାଜ ମିଛରେ ନିଜକୁ ଅତ୍ଯାଧୁନିକ ବୋଲି କହୁଛି। ଯେତେ ଆଗକୁ ବଢୁଛି ବୋଲି କହୁଛି କିନ୍ତୁ ସତରେ ସେତିକି ନିଜ ଚିନ୍ତାଧାରାରେ ପରିବର୍ତ୍ତନ କରୁନାହିଁ। ପୂର୍ବରୁ ଯେମିତି ଅନ୍ଧବିଶ୍ବାସକୁ ବିଶ୍ବାସ କରୁଥିଲା, ଆଜି ମଧ୍ୟ କରୁଛି। ଅନ୍ଧବିଶ୍ବାସକୁ ଏମିତି ଜାବୁଡି ଧରିଛି ଯେ କଳା ଯାଦୁ ଉପରେ ଲୋକେ ବିଶ୍ବାସ କରି ନାରକୀୟ ଅପରାଧ କରିବସୁଛନ୍ତି। ଏପରି ଅନ୍ଧବିଶ୍ବାସ ଯୋଗୁଁ ଏମିତି ଏକ ଘଟଣା ଘଟିଛି, ଯାହା ଶୁଣିବା ପରେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ଏମିତି ଘଟଣା କୌଣସି ଆଦିବାସୀ ଅଞ୍ଚଳ ନୁହେଁ ବରଂ ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛି । ଅନ୍ଧବିଶ୍ବାସରେ ବଶବର୍ତ୍ତୀ ହୋଇ ଜଣେ ମହିଳା ନରବଳି ଦେଇଥିବା ଖବର ଜଣାପଡିଛି।

ଖବର ଅନୁଯାୟୀ, ଦିଲ୍ଲୀର ରୋହିଣୀସ୍ଥିତ ରିଠାଲା ଅଞ୍ଚଳରେ ଭଡ଼ାରେ ରହୁଥିବା ଜଣେ ମହିଳା ସନ୍ତାନ ସୁଖ ପାଇବାକୁ ନିଜ ପଡ଼ୋଶୀରେ ରହୁଥିବା ସାଢ଼େ ୩ ବର୍ଷର ଛୋଟ ପିଲାର ବଳି ଚଢ଼ାଇଦେଇଛି। ମହିଳାଙ୍କର ବିବାହର ଅନେକ ବର୍ଷ ପରେ ମଧ୍ୟ ମହିଳା ଜଣକ ନିଃସନ୍ତାନ ଥିଲେ। ଶୀଘ୍ର ସନ୍ତାନ ପ୍ରାପ୍ତି ପାଇଁ ମହିଳା ଜଣକ ଜଣେ ତାନ୍ତ୍ରିକ ପାଖରୁ ତନ୍ତ୍ର ବିଦ୍ୟା ଶିଖିଥିଲେ। ପରେ ତାନ୍ତ୍ରିକର କହିବାନୁଯାୟୀ ମହିଳା ଜଣକ ପିଲାଟିକୁ ବଳି ଚଢ଼ାଇଥିଲେ। ପ୍ରଥମେ ପିଲାକୁ ଅପହରଣ ଆଉ ତା’ ପରେ ହତ୍ଯା କରିଥିଲେ ମହିଳା।

ମୃତକଙ୍କ ପରିବାର ଲୋକ କହିଛନ୍ତି, ଶନିବାର ସକାଳେ ହଠାତ ଘରୁ କୁନି ପୁଅ ଗାଏବ ହୋଇଯାଇଥିଲା। ସମସ୍ତେ ତାକୁ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ଖୋଜ ଖବର ପାଇନଥିଲେ। ଏହାପରେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଛାନଭିନ ଆରମ୍ଭ କରିଥିଲା। ଏହି ସମୟରେ ଜଣେ ବ୍ୟକ୍ତିଙ୍କ ନଜର ଘର ପଛପଟେ ପଡ଼ିଥିବା ଏକ ଅଖା ଉପରେ ପଡ଼ିଥିଲା। ଅଖାଟି ଖୋଲି ଦେଖିବା ପରେ କୁନି ପୁଅର ମୃତଦେହ ଥିବା ଦେଖିବାକୁ ପାଇଥିଲେ। ପରେ ପୋଲିସ ମୃତଦେହକୁ ବ୍ଯବଚ୍ଛେଦ ପାଇଁ ପଠାଇଥିଲା। ପିଲାକୁ ହତ୍ଯା କରିଥିବା ଅଭିଯୁକ୍ତ ମହିଳାଙ୍କ ନାମ ନୀଲମ। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ମହିଳାକୁ ପୋଲିସ ଗିରଫ କରିଛି। ତାନ୍ତ୍ରିକକୁ ଗିରଫ କରିବା ପାଇଁ ପୋଲିସ ଟିମ୍ ଗଠନ କରିଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.