Below header

ତାଳଚେର କଣିହାଁ ଓମ୍‌ ଢାବା ନିକଟରେ ଟ୍ରକ ଧକ୍କାରେ ୨ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ତାଳଚେର: ଟ୍ରକ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟଣା। କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାଜପଥ ଅବରୋଧ। ରାସ୍ତା ଉପରେ ମୃତଦେହ ରଖି ଆନ୍ଦୋଳନ କରୁଥିବା ବେଳେ, ତାଳଚେରରୁ କଣିହାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତାଳଚେର କଣିହାଁ ୫୩ ନମ୍ବର ଜାତୀୟ ରାଜପଥ ଓମ୍‌ ଢାବା ନିକଟ ରାସ୍ତାରେ ଦୁର୍ଘଟଣା ହୋଇଥିଲା।

ରାସ୍ତାର ଉଭୟ ପାଖରେ ଶହ ଶହ ଗାଡ଼ିମୋଟର ଅଟକି ରହିଥିବାର ସୂଚନା ରହିଛି। ଟ୍ରକ ଚଳାଚଳ ବନ୍ଦ କରିବା ସହ, ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ନେଇ ରାସ୍ତା ଉପରେ ମୃତଦେହ ରଖି ଆନ୍ଦୋଳନ କରୁଛନ୍ତି। କଣିହାଁ ବିଡିଓ ଓ ଏନ୍‌ଟିପିସି ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା। ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.