ଯାଜପୁର ବଲଭିଘାଟ ଛକ ନିକଟରେ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ, ୪ ଗୁରୁତର

ଯାଜପୁର ଟାଉନ: ଯାଜପୁର ଥାନା ଅଧିନସ୍ତ ବଲଭିଘାଟ ଛକ ନିକଟରେ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ , ଚାରି ଗୁରୁତର । ଗତକାଲି ବିଳମ୍ବିତ ରାତ୍ରିରେ ସାନବଜାର ଏବଂ ନାଉରିଆ ସାହି ମଧ୍ୟରେ ଗୋଷ୍ଠି ସଂଘର୍ଷ ଘଟିଥିଲା । ଫଳରେ କିଛି ଉତ୍ୟକ୍ତ ଲୋକେ ବଲଭିଘାଟ ନିକଟରେ ଥିବା ଦଶରୁ ଉର୍ଦ୍ଧ୍ବ ଦୋକାନକୁ ଭଙ୍ଗାରୁଜା କରିବା ସହ ପାଖରେ ଥିବା କିଛି ଘରକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି ।

group clashତେବେ ଘଟଣା ସ୍ଥଳରେ ଯାଜପୁର ପୋଲିସ ପହଞ୍ଚିବା ପରେ ଉତେକ୍ତ ଲୋକେ ସ୍ଥାନ ଛାଡି ପଳେଇଥିଲେ । ତେବେ ଘଟଣା ସ୍ଥଳରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି । ଗୁରୁତର ଆହତ ହୋଇଥିବା ୪ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଦୁଇଜଣ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.