ଉମରକୋଟରେ ଅଲୌକିକ ଘଟଣା, ରୁଟିରେ ଦେଖିବାକୁ ମିଳିଲା ମହାପ୍ରଭୁ ଜଗନ୍ନାଥଙ୍କ ଛବି

ଉମରକୋଟ: ରୁଟିରେ ମହାପ୍ରଭୁ ଜଗନ୍ନାଥ । ଏମିତି ଅଲୌକିକ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଦେଖିବାକୁ ମିଳିଛି। ଉମରକୋଟର ଟିକିରି ସାହିରେ ରୁହନ୍ତି ବ୍ୟବସାୟୀ ସୁର ରାଉତ ଓ ତାଙ୍କ ସ୍ତ୍ରୀ ଅନିତା ରାଉତ। ଉଭୟ ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ। ଦୁଇ ଦିନ ପୂର୍ବରୁ ଅନିତା ଘରେ ରୁଟି ତିଆରି କରୁଥିଲେ।

ରୁଟି କରିବା ପରେ ସ୍ୱାମୀଙ୍କୁ ଖାଇବାକୁ ଦେବା ସମୟରେ ଦେଖିବାକୁ ପାଇଥିଲେ ଯେ , ସେ ତିଆରି କରୁଥିବା ରୁଟିରେ ଜଗନ୍ନାଥଙ୍କ ଛବି ରହିଛି। ଏହାକୁ ଦେଖି ଅନିତା ଖୁସିରେ ଭାବ ବିହ୍ଵଳ ହୋଇ ପଡିଥିଲେ। ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ଏବେ ସେହି ଜଗନ୍ନାଥଙ୍କ ଛବି ଥିବା ରୁଟିକୁ ପୂଜା କରୁଛନ୍ତି ଅନିତା । ଏବେ ସୁର ରାଉତଙ୍କ ଘରକୁ ଏହି ଅଲୌକିକ ଘଟଣା ଦେଖିବାକୁ ଅନେକ ଲୋକ ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.