Below header

ଅତ୍ୟଧିକ ଆଇସ୍‌କ୍ରିମ୍‌ ଖାଇବା ଶରୀର ପାଇଁ ସାଜିପାରେ ବିପଦଜ୍ଜନକ, ଦେଖାଦେଇପାରେ ଏସବୁ ସମସ୍ୟା

ପିଲାଠୁ ବୁଢ଼ା ଯାଏଁ ସମସ୍ତେ ଆଇସ୍‌କ୍ରିମ୍‌ ଖାଇବାକୁ ବହୁତ ଭଲ ପାଆନ୍ତି। ଖାସ୍‌ କରି ଖରାଦିନେ ଆଇସ୍‌କ୍ରିମ୍‌ର ଥଣ୍ଡାପଣ ମନକୁ ଖୁସି କରିଦିଏ। ଏଣୁ ଖରାଦିନ ଆସିଲେ ଆମେ ମନ ଇଚ୍ଛା ଆଇସ୍‌କ୍ରିମ୍‌ ଖାଇଥାଉ। ତେବେ ବେଳେ ବେଳେ ଲୋକମାନେ ଭୁଲି ଯାଇଥାନ୍ତି ଯେ ଅଧିକ ଆଇସ୍‌କ୍ରିମ୍‌ ଖାଇବା ଶରୀର ଉପରେ କୁପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ଆଇସ୍‌କ୍ରିମ୍‌ ଖାଇଲେ ଶରୀର ଉପରେ କି ପ୍ରଭାବ ପଡ଼େ…

ଅନ୍ୟ ଡାଏରୀ ପ୍ରଡକ୍ଟ ଭଳି ଆଇସ୍‌କ୍ରିମ୍‌ରେ ବି ପ୍ରଚୁର ପରିମାଣରେ ଫ୍ୟାଟ୍‌ ରହିଥାଏ। ଏଣୁ ଅଧିକ ଆଇସ୍‌କ୍ରିମ୍‌ ଖାଇଲେ ମୋଟା ହେବା ଆଶଙ୍କା ରହିଛି।ପିଲାଠୁ ବୁଢ଼ା ଯାଏଁ ସମସ୍ତେ ଆଇସ୍‌କ୍ରିମ୍‌ ଖାଇବାକୁ ବହୁତ ଭଲ ପାଆନ୍ତି। ଖାସ୍‌ କରି ଖରାଦିନେ ଆଇସ୍‌କ୍ରିମ୍‌ର ଥଣ୍ଡାପଣ ମନକୁ ଖୁସି କରିଦିଏ। ଏଣୁ ଖରାଦିନ ଆସିଲେ ଆମେ ମନ ଇଚ୍ଛା ଆଇସ୍‌କ୍ରିମ୍‌ ଖାଇଥାଉ। ତେବେ ବେଳେ ବେଳେ ଲୋକମାନେ ଭୁଲି ଯାଇଥାନ୍ତି ଯେ ଅଧିକ ଆଇସ୍‌କ୍ରିମ୍‌ ଖାଇବା ଶରୀର ଉପରେ କୁପ୍ରଭାବ ପକାଇଥାଏ।

ଆଇସ୍‌କ୍ରିମ୍‌ରେ କୋଲୋଷ୍ଟ୍ରୋଲର ମାତ୍ରା ମଧ୍ୟ ଅଧିକ ଥାଏ। ଏଣୁ ଆବଶ୍ୟକତା ଠାରୁ ଅଧିକ ଆଇସ୍‌କ୍ରିମ୍‌ ଖାଇବାକୁ ଡାକ୍ତର ମନା କରନ୍ତି।

ଆଇସ୍‌କ୍ରିମ୍‌ ଥଣ୍ଡା ହୋଇଥିବାରୁ ଦାନ୍ତ କିମ୍ବା ମାଢ଼ିରେ ସମସ୍ୟା ଥିଲେ ଦାନ୍ତ ବିନ୍ଧେ। ଏଣୁ ଯଦି ପାଟି ସମ୍ବନ୍ଧୀୟ ସମସ୍ୟା ଅଛି ତେବେ ଆଇସ୍‌କ୍ରିମ୍‌ ଖାଇବାରୁ ବିରତ ରୁହନ୍ତୁ।

ସେହିପରି ଥଣ୍ଡା ରୋଗ ଥିଲେ ବି ଆଇସ୍‌କ୍ରିମ୍‌ ଖାଆନ୍ତୁ ନାହିଁ।

ଅନ୍ୟପଟେ ଆଇସ୍‌କ୍ରିମ୍‌ରେ ସୁଗାରର ପରିମାଣ ମଧ୍ୟ ଯଥେଷ୍ଟ ଅଧିକ ରହିଥାଏ, ଯାହା ଡାଇବେଟିସ୍‌ ଭଳି ରୋଗ ସୃଷ୍ଟି କରେ। ତେଣୁ ଯେତିକି ଦରକାର ସେତିକି ଆଇସ୍‌କ୍ରିମ୍‌ ହିଁ ଖାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.