WhatsAppର ସବୁଠାରୁ ବଡ ପ୍ରତିଦ୍ୱନ୍ଦୀ ସିଗ୍ନାଲରେ ରହିଛି ୪ଟି ବଢ଼ିଆ ଫିଚର, ଜାଣିଲେ ଆପଣ ହୋଇଯିବେ ଏକଦମ୍ ଖୁସି

ଭାରତରେ ହ୍ଵାଟସଅପର ସବୁଠାରୁ ବଡ ପ୍ରତିଦ୍ୱନ୍ଦୀ କିଏ ଯଦି ଆମେ କହିବା, ତାହେଲେ ତାହେଉଛି ସିଗନାଲ୍ ଆପ୍‌। ହ୍ଵାଟସଅପ୍ ଭଳି ସିଗନାଲ ଆପରେ ବି ଅନେକ ଖାସ୍ ଫିଚର୍ସ ରହିଛି। ଯାହା ଅଧିକାଂଶ ଲୋକଙ୍କର ଉପଯୋଗୀ ସାବ୍ୟସ୍ତ ହୋଇପାରିବ। ଏଥିରେ ଗୋଟିଏ ଫିଚର ହେଉଛି ସ୍କ୍ରିନସଟକୁ ବ୍ଲକ କରିବା। ତେବେ ଆସନ୍ତୁ ଜାଣିବା ସିଗନାଲର ଏପରି ଟପ୍ ୪ ସିକ୍ରେଟ୍ ଫିଚର।

ହ୍ଵାଟସଅପ୍ ନିଜ ପ୍ରାଇଭେସୀକୁ ନେଇ ଏବେ ଚର୍ଚ୍ଚାରେ ଅଛି। ଏମିତିରେ କିଛି ୟୁଜର୍ସ ପଲିସି ଆକସେପ୍ଟ କରିବା ବଦଳରେ ଅନ୍ୟ ଆପ୍ ଆଡକୁ ସ୍ୱିଚ କରୁଛନ୍ତି। ଯାହାର ସବୁଠାରୁ ବଡ ଫାଇଦା ହେଲା ସିଗନାଲ ଏବଂ ଟେଲିଗ୍ରାମ ଆପକୁ।

ଜାଣନ୍ତୁ ଟପ୍ ୪ ସିକ୍ରେଟ ଫିଚର

ବ୍ଲକ ସ୍କ୍ରିନସଟ

ସିଗନାଲ ଆପ୍ ନିଜ ୟୁଜର୍ସଙ୍କୁ ସ୍କ୍ରିନସଟ ବ୍ଲକ କରିବା ଅପସନ ଦେଉଛି। ଏଥିପାଇଁ ଆପଣଙ୍କୁ ନିଜ ଫୋନରେ ପ୍ରଥମେ ସେଟିଙ୍ଗରେ ପରିବର୍ତ୍ତନ କରିବାକୁ ହେବ। ଏହାପରେ ଆପଣଙ୍କ ଦ୍ୱାରା ପଠାଯାଇଥିବା ମେସେଜକୁ ସାମ୍ନା ବାଲା ୟୁଜର୍ସ ସ୍କ୍ରିନସଟ୍ ନେଇପାରିବେନାହିଁ। କେବଳ ଏତିକି ନୁହେଁ ସ୍କ୍ରିନସଟକୁ ବ୍ଲକ କରିବା ଦ୍ୱାରା ପିଭ୍ୟୁ ମଧ୍ୟ ଦେଇପାରିବେନାହିଁ।

signal

ରିଲେ କଲ୍‌

ସୁରକ୍ଷାକୁ ଧ୍ୟାନରେ ରଖି ରିଲେ କଲ୍ ଏକ ବହୁତ ଭଲ ବିକଳ୍ପ। ଏହି ଫିଚରକୁ ଆକ୍ଟିଭେଟ୍ କରିବା ପରେ ଆପଣ ରିଲେ କଲ୍ କରିପାରିବେ। ଯେଉଁଥିରେ ଆପଣଙ୍କ ଆଇପି ଆଡ୍ରେସର ସୂଚନା ମିଳିପାରିବନାହିଁ। ଯଦିଓ ଏଥିରେ ଭଏସ କ୍ଲିୟରିଟି ସାମାନ୍ୟ ପ୍ରଭାବିତ ହୋଇଥାଏ।

ଇନକୋଗନିଟୋ କିବୋର୍ଡ

ସିଗନାଲରେ ଇନକୋଗ୍ନିଟୋ କିବୋର୍ଡ ଅଛି। ପୂର୍ବରୁ ହିଁ ସିଗନାଲ ଏହି କିବୋର୍ଡକୁ ମୋଡିଫାଏ କରି ଦେଇଥିଲା। ଏଥିପାଇଁ ସେଟିଙ୍ଗକୁ ଯାଇ ଇନକୋଗ୍ନିଟୋ କିବୋର୍ଡକୁ ଏନାବଲ୍ କରିବାକୁ ହେବ। ଏହାପରେ ଆପଣଙ୍କ କିବୋର୍ଡ ଠିକଭାବେ ସୁରକ୍ଷିତ ହୋଇଯିବ ଏବଂ ଏହାଦ୍ୱାରା ଟାଇପ୍ ହୋଇଥିବା ମେସେଜକୁ ବି କେହି ରେକର୍ଡ କରିପାରିବେନାହିଁ।

ଏସଏମଏସ୍ ଇଣ୍ଟିଗ୍ରେସନ୍‌

ସିଗନାଲକୁ ଯଦି ଆପଣ ନିଜ ପ୍ରାଇମେରୀ ମ୍ୟାସେଜିଙ୍ଗ ଆପ୍ ବନାଇବାକୁ ଚାହୁଁଛନ୍ତି,ତାହେଲେ କମ୍ପାନୀ ଏହାର ଅପସନ୍ ବି ଦେଇଛି। ଏଥିପାଇଁ ଆପଣଙ୍କୁ ସେଟିଙ୍ଗକୁ ଯାଇ ଏହାକୁ ଆକ୍ଟିଭେଟ୍ କରିବାକୁ ହେବ। ଏହାପରେ ଆପଣଙ୍କ ଫୋନରେ ପୂର୍ବରୁ ଦିଆଯାଇଥିବା ଗୁଗଲ ମେସେଜ ଆପ୍ ବଦଳରେ ଆପଣଙ୍କ ପ୍ରାଇମେରୀ ମ୍ୟାସେଜିଙ୍ଗ୍ ଆପ୍ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.