Below header

ଚିନ୍ତା ବଢାଇଲାଣି ଡେଲ୍‌ଟା ପ୍ଲସ ଭାରିଆଣ୍ଟ: କେନ୍ଦ୍ର ସରକାର କହିଲେ ଫଳପ୍ରଦ ହେବ କୋଭିସିଲ୍‌ଡ ଓ କୋଭାକ୍ସିନ

କେନ୍ୟୁଜ୍(ବ୍ୟୁରୋ):  ଚିନ୍ତା ବଢାଇଲାଣି ଡେଲ୍‌ଟା ପ୍ଲସ ଭାରିଆଣ୍ଟ। ଦେଶର ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଓ ତାମିଲନାଡୁରେ ଚିହ୍ନଟ ହେଲାଣି ଡେଲ୍‌ଟା ପ୍ଲସ ଭାରିଆଣ୍ଟର ୪୦ ମାମଲା। ବିଶ୍ୱର ୧୧ଟି ଦେଶରେ ଚିହ୍ନଟ ହେଲାଣି ଡେଲ୍‌ଟା ପ୍ଲସର ସଂକ୍ରମଣ। ଏହା ବର୍ତ୍ତମାନ ଭାରତ ସହ ବିଶ୍ୱର ବିଭିନ୍ନ ରାଷ୍ଟ୍ର ପାଇଁ ଚିନ୍ତା ସୃଷ୍ଟି କରିଛି। ଏହାର ମୁକାବିଲା ପାଇଁ ବିଶେଷଜ୍ଞ ଓ ବୈଜ୍ଞାନିକ ବିଭିନ୍ନ ପ୍ରୟାସ ଚଳାଇଛନ୍ତି। ଭାରତୀୟ ଟିକା ଡେଲ୍‌ଟା ପ୍ଲସ ବିରୋଧରେ କେତେ ପ୍ରଭାବଶାଳୀ ଏହାର ଅନୁଧ୍ୟାନରେ ଲାଗିଛନ୍ତି ବିଶେଷଜ୍ଞ। କିଭଳି ଏହାର ସଫଳ ମୁକାବିଲା କରାଯାଇପାରିବ ସେନେଇ ଗବେଷଣା ଆରମ୍ଭ କରିଛନ୍ତି।

ଡେଲ୍‌ଟା ପ୍ଲସ ଭାରିଆଣ୍ଟ ବିରୋଧରେ କୋଭିସିଲ୍‌ଡ ଓ କୋଭାକ୍ସିନ ଫଳପ୍ରଦ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ତେବେ ଏହା କେତେ ପ୍ରଭାବଶାଳୀ ସେ ନେଇ ଆଇସିଏମଆର ଓ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି ମିଳିତ ଭାବେ ଅଧ୍ୟୟନ ଚଳାଇଛନ୍ତି। କରୋନାର ସେକେଣ୍ଡ ୱେଭରେ ଘାତକ ସାଜିଥିବା B.1.617.2 ଷ୍ଟ୍ରେନ୍‌ର ମ୍ୟୁଟାଣ୍ଟ ଭର୍ସନ ଡେଲ୍‌ଟା ପ୍ଲସ । ଡେଲ୍‌ଟା ପ୍ଲସ ପୁଣି ଥରେ ମ୍ୟୁଟେସନ ହୋଇ K417N ମ୍ୟୁଟାଣ୍ଟ ସୃଷ୍ଟି ହୋଇଛି। ଏହାକୁ ରୋକିବାକୁ ଚେଷ୍ଟା କରାନଗଲେ ଏହା ଘାତକ ସାବ୍ୟସ୍ତ ହୋଇପାରେ ବୋଲି ଚେତାଇଛନ୍ତି ବିଶେଷଜ୍ଞ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.