ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ବାପା ମାଆ, ଅନାଥ ହୋଇଗଲେ ଦୁଇ ଶିଶୁ

ଯାଜପୁର ରୋଡ଼ : ବାପା ମା ଛେଉଣ୍ଡ ୨ ଶିଶୁଙ୍କୁ ଉଦ୍ଧାର କରିଛି ଯାଜପୁର ଚାଇଲ୍ଡ ଲାଇନ୍। କଳିଙ୍ଗନଗର ଥାନା ଭିତରମାଣିକା ଗ୍ରାମରେ ବାପା ମାଙ୍କ ମୃତ୍ୟୁ ପରେ ୧୧ ବର୍ଷୀୟା ଝିଅ ଓ ୧୦ ବର୍ଷର ପୁଅ ଜଣେ ସଂପର୍କୀୟଙ୍କ ଘରେ ଆଶ୍ରୟ ନେଇଥିଲେ। ହେଲେ ସଂପର୍କୀୟ ଜଣଙ୍କ ଏହି ପିଲାମାନଙ୍କ ଲାଳନପାଳନ ପାଇଁ ଅକ୍ଷମ ପ୍ରକାଶ କରିବାରୁ ଏମାନଙ୍କୁ ଚାଇଲ୍ଡ ଲାଇନ ପକ୍ଷରୁ ଉଦ୍ଧାର କରାଯାଇଛି। ତେବେ ଏହି ପିଲାମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର କରାଯିବା ପରେ ସେମାନଙ୍କ ଥଇଥାନ ବ୍ଯବସ୍ଥା କରାଯିବ ବୋଲି ଚାଇଲ୍ଡ ଲାଇନ ସଦସ୍ଯ କହିଛନ୍ତି।

ସୂଚନା ମୁତାବକ କଳିଙ୍ଗନଗର ଥାନା ଭିତରମାଣିକା ଗ୍ରାମର ରାଉତ ବଦରାଙ୍କ ସ୍ତ୍ରୀ ସୀମା ବଦରାଙ୍କର ଗତ ୬ ବର୍ଷ ତଳେ ଅଜଣା ରୋଗରେ ମୃତ୍ୟୁ ହୋଇଥିଲା । ତେବେ ଗତ ମେ ମାସ ୩୦ ତାରିଖ ଦିନ ରାଉତ ବଦରାଙ୍କର ମଧ୍ୟ ମୃତ୍ୟୁ ହୋଇଗଲା। ବାପା ମା ଉଭୟ ଚାଲିଯିବା ପରେ ଏହି ପିଲାମାନେ ଅନାଥ ହୋଇ ଯାଇଛନ୍ତି। ଏନେଇ ୧୦୯୮ ହେଲ୍ପଲାଇନ ନଂ ମାଧ୍ୟମରେ ଖବର ପାଇ ଏହି ୨ ଅନାଥ ଶିଶୁଙ୍କୁ ଉଦ୍ଧାର କରିଛି ଯାଜପୁର ଚାଇଲ୍ଡ ଲାଇନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.