ଏ ହେଉଛି ଦୁନିଆର ସବୁଠାରୁ ଅଜବ ବିବାହ, ଡଲ୍‌ଫିନକୁ ସ୍ୱାମୀ ମାନିଲେ ମହିଳା, ବିବାହ ପୂର୍ବରୁ କରୁଥିଲେ ଡେଟ୍‌

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ବ୍ରିଟେନର ଜଣେ ଯୁବତୀ ଏକ ନର ଡଲ୍‌ଫିନର ପ୍ରେମରେ ପଡ଼ିଯାଇଥିଲେ। ଏତିକି ନୁହେଁ, ସେ ସାଧାରଣ କପଲ୍‌ଙ୍କ ଭଳି କିଛି ବର୍ଷ ପର୍ଯ୍ୟନ୍ତ ଉକ୍ତ ଡଲ୍‌ଫିନକୁ ଡେଟ୍‌ ମଧ୍ୟ କରିଥିଲେ। ଆଉ ପରେ ପୂରା ରୀତିନୀତିର ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଘଟଣାଟି ୨୦୦୬ ମସିହାର। ଯୁବତୀଙ୍କ ନାଁ ଶାରୋନ୍‌ ଟେଣ୍ଡଲର ଓ ଡଲ୍‌ଫିନର ନାଁ ସିଣ୍ଡୀ ଥିଲା।

ବିଗତ କିଛିବର୍ଷ ହେବ ବିବାହର ଟ୍ରେଣ୍ଡ ପୂରା ବଦଳି ଯାଇଛି। ଧୋକା ଖାଇବା ଭୟରେ ଲୋକେ ସୋଲୋ େଓ୍ଵଡିଂକୁ ବେଶୀ ଗୁରୁତ୍ୱ ଦେଉଛନ୍ତି କିମ୍ବା କୌଣସି ପଶୁପକ୍ଷୀଙ୍କୁ ଭଲପାଇ ବସୁଛନ୍ତି। ସୋଲୋ େଓ୍ଵଡିଂ ଅର୍ଥାତ୍‌ ସୋଲୋଗାମୀରେ ଲୋକେ ନିଜ ସହିତ ହିଁ ବିବାହ କରି ନେଉଛନ୍ତି। ଏମିତି ହିଁ ଏକ ଡଲ୍‌ଫିନ ସହ ବିବାହ କରି ଶାରୋନ୍‌ ଟ୍ରେଣ୍ଡକୁ ଆସି ଯାଇଥିଲେ।

ଖବର ମୁତାବକ, ସିଣ୍ଡୀ ଇସ୍ରାଏଲରେ ରହୁଥିବା ବେଳେ ଶାରୋନ୍‌ ବ୍ରିଟେନର ଥିଲେ। ଏହି କାରଣରୁ ୧୬ ବର୍ଷ ପର୍ଯ୍ୟନ୍ତ ଡେଟିଂ ପିରିୟଡ ସମୟରେ ଶାରୋନ୍‌ ଅନେକ ବାର ସିଣ୍ଡୀକୁ ଭେଟିବା ଲାଗି ଇସ୍ରାଏଲ ଯାଇଥିଲେ। ଏହାପରେ ସେ କିଛି ଲୋକଙ୍କ ସାମ୍ନାରେ ସିଣ୍ଡୀ ଡଲ୍‌ଫିନକୁ ବିବାହ କରି ତାକୁ କିସ୍‌ କରିଥିଲେ। ଏହି ବିବାହ ସେହି ସମୟରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା। ଶାରୋନ୍‌ ବିବାହରେ ଏକ ସୁନ୍ଦର େଓ୍ଵଡିଂ ଗାଉନ ପିନ୍ଧିଥିଲେ ଏବଂ ସିଣ୍ଡୀ ମଧ୍ୟ ବେଶ୍‌ ଖୁସି ଥିବା ନଜର ଆସିଥିଲା। ହେଲେ ଦୁଃଖର ବିଷୟ, ୨୦୦୬ରେ ହିଁ ସିଣ୍ଡୀର ମୃତ୍ୟୁ ପରେ ଶାରୋନ୍‌ ଏକାକୀ ଜୀବନ ବିତାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.