Below header

ଖଟ ତଳେ ବ୍ୟକ୍ତି ତିଆରି କରି ରଖିଛନ୍ତି ଏତେ ବଡ଼ ସୁଡ଼ଙ୍ଗ ଯେ Video ଦେଖିଲେ ଆପଣ ବି ଡରିଯିବେ!

ଘରେ ଷ୍ଟୋର ରୁମ୍‌ କିମ୍ବା କୌଣସି ସିକ୍ରେଟ ରୁମ୍‌ ବିଷୟରେ ଆପଣ ଅନେକ ବାର ଶୁଣିଥିବେ କି ଦେଖିଥିବେ। କିନ୍ତୁ କ’ଣ କେବେ ଶୁଣିଛନ୍ତି କି, ଘରର ରୁମ୍‌ ଭିତରେ ବିଶାଳକାୟ ସୁଡ଼ଙ୍ଗ ଥିବାର? ଆଉ ଏହାର ରାସ୍ତା ଖଟ ତଳେ ଥିବାର? ବୋଧହୁଏ ଏହା ବିଷୟରେ କେବେ ବି ଭାବି ସୁଦ୍ଧା ନ ଥିବେ। କାହିଁକି ନା, ସାଧାରଣତଃ ବିଛଣା ତଳେ ଘରର ଜିନିଷପତ୍ର ରଖାଯାଇଥାଏ। ହେଲେ ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଖଟ ତଳେ ଏକ ସୁଡ଼ଙ୍ଗ ଥିବା ଦେଖିବାକୁ ମିଳୁଛି।

ଜଣେ ବ୍ୟକ୍ତି ନିଜ ଖଟ ତଳେ ସୁଡ଼ଙ୍ଗ ତିଆରି କରି ରଖିଛନ୍ତି। ଆଉ ସୁଡ଼ଙ୍ଗ ଏତେ ଲମ୍ବା ଓ ସ୍ପେସିୟସ କି, ଯାହାକୁ ଦେଖିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ। ଏହି ଖଟ ତଳେ କିଛି ସିଡି ରହିଛି। ତଳକୁ ଯିବା ପରେ କିଛି ଦୂର ପର୍ଯ୍ୟନ୍ତ ଟନେଲ ତିଆରି ହୋଇଛି ଏବଂ ଆଗକୁ ଗଲେ ଏକ ରୁମ୍‌ ବରାବର ସ୍ପେସ୍‌ ଦେଖାଯିବ, ଯେଉଁଠି ଜଣେ ଏକ ବେଡ୍‌ରୁମରେ ରହିବା ଭଳି ରହିପାରିବ।

ସୁଡ଼ଙ୍ଗ ଭିତରେ ଚାରିଆଡ଼େ ହଳଦିଆ ଲାଇଟସ୍‌ ବିଛା ହୋଇ ରହିଛି, ଯାହାକୁ ଦେଖିଲେ ଲାଗିବ କି, ଏହାକୁ ବନାଇବାରେ ଲମ୍ବା ସମୟ ଲାଗିଥିବ। ଏହି ଭିଡିଓ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। କିଛି ୟୁଜର କହିଛନ୍ତି କି, ପୋଲିସ ଯେତେବେଳେ ରେଡ୍‌ କରିବ, ସେତେବେଳେ ପ୍ରଥମେ ଖଟ ତଳ ଦେଖିବ। ସେହିପରି ଅନ୍ୟ ଜଣେ କହିଥିଲେ, ଠିକ୍‌ ଏମିତି ହିଁ ଓସାମା ବିନ୍‌ ଲାଡେନ ସୁଡ଼ଙ୍ଗରେ ଲୁଚିକି ବସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.