ବାରମ୍ବାର Hyundai Konaର ଇଲେକଟ୍ରିକ କାରରେ ଲାଗୁଛି ନିଆଁ, କାରଣ ଅସ୍ପଷ୍ଟ

ଦକ୍ଷିଣ କୋରିଆର ପ୍ରମୁଖ ଗାଡ଼ି କମ୍ପାନୀ Hyundaiର ଫେମସ ଇଲେଟ୍ରିକ କାର Hyundai Konaରେ ନିଆଁ ଲାଗିବା ପରେ ଚର୍ଚ୍ଚା ଥମିବାର ନାଁ ଧରୁନି । କମ୍ପାନୀ ଦ୍ୱାରା ୭୭ହଜାର ରୁ ଅଧିକ ୟୁନିଟ ରିକଲ ପରେ ମଧ୍ୟ ଗାଡ଼ିରେ ନିଆଁ ଲାଗୁଛି । Hyundai Kona SUରେ ନିଆଁ ଲାଗିବା ଘଟଣା ବେଶ ଚର୍ଚ୍ଚା ଘେରରେ ମଧ୍ୟ ରହୁଛି ।

ଏବେ ଏହି ଘଟଣା ଏହାର ରାଜଧାନୀ ଓସଲୋରେ ଦେଖିବାକୁ ମିଳିଛି । ଏହହାକୁ ଜଣେ ପୋଲିସ ଅଧିକାରୀ ଟ୍ୱିଟ କରି ଜଣାଇଛନ୍ତି । ଏହାର କାରଣ ଏପର୍ଯ୍ୟନ୍ତ ଜଣା ପଡିନି । କେହି ସର୍ଟ ସର୍କିଟ କହୁଥିବା ବେଳେ ଅନ୍ୟ କିଛି ଅଲଗା କାରଣ କହୁଛନ୍ତି । ତେବେ Hyundai Kona ଇଲେକଟ୍ରିକ କାରରେ ନିଆଁ ଲାଗିଥିବାର ସୂଚନା ମିଳିଛି ।

ଏହି ଦୁର୍ଘଟଣାରେ କାହାର କୌଣସି କ୍ଷତି ମଧ୍ୟ ହୋଇନାହିଁ । ପୋଲିସଙ୍କ ସୂଚନା ଅନୁଯାୟୀ, ଗାଡ଼ିରେ ନିଆଁ ଲାଗିବା ପରେ ଦମକଳ ବାହିନୀ ଆସି ଏହି ନିଆଁକୁ ଆୟତ୍ତ କରିଥିଲେ । ଏବେ ଏହାକୁ ନେଇ ଯାଞ୍ଚ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.