ରାସ୍ତା ନଥିବାରୁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ , ଦୁଇ କିଲୋମିଟର ଖଟିଆରେ ବୁହାହେଲେ ରୋଗୀ

ସୁନ୍ଦରଗଡ଼: ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ । ଶେଷରେ ଖଟିଆରେ ବୁହାହେଲେ ରୋଗୀ । ଖଟରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ରୋଗୀକୁ ଆଣି ମାନବିକତାର ପରିଚୟ ଦେଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ଏ ଘଟଣା ହେଉଛି ସୁନ୍ଦରଗଡ଼ ଜିଲ୍ଲା ବାଲିସଙ୍କରା ବ୍ଲକ କୁମଡ଼ାଫାଲ ଗାଁର ।

ଗୁରୁତର ଥିବା ଦିଲିପ ବାରୁଆଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ ପରିବାର ଲୋକ । ହେଲେ ରାସ୍ତା ନଥିବାରୁ ଅଧାବାଟରେ ଅଟକିଥିଲା ଆମ୍ବୁଲାନ୍ସ । ଫଳରେ ଦିଲ୍ଲୀପଙ୍କୁ ଦୁଇ କିଲୋମିଟର ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ କର୍ମଚାରୀ । ଏହା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଜି ପର୍ଯ୍ୟନ୍ତ ଏହି ଗାଁକୁ ଯିବା ପାଇଁ ରାସ୍ତା ନାହିଁ । ଯାହା ଫଳରେ ଏହି ଗାଁ ସମେତ ଆଖପାଖ ଅଞ୍ଚଳବାସୀ ନାଳ ପାର ହୋଇ ଦୈନନ୍ଦିନ କାମ ପାଇଁ ଯାଆସ କରନ୍ତି । ରାସ୍ତା ନଥିବାରୁ ବିଶେଷ କରି ରୋଗୀମାନେ ବିଶେଷ ପ୍ରଭାବିତ ହୋଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.