ପ୍ରତିବର୍ଷ ନିଦ୍ରା ଅଭାବରୁ Dementia ରୋଗର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି ୧ କୋଟିରୁ ଅଧିକ ଲୋକ

ଖାଦ୍ୟ ଏବଂ ପାଣି ସହିତ ମଣିଷ ପାଇଁ ନିଦ୍ରା ମଧ୍ୟ ନିତ୍ୟାନ୍ତ ଆବଶ୍ୟକ । ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ପ୍ରତିଦିନ ଉତ୍ତମ ନିଦ୍ରା ଶରୀର ଉପରେ ଖୁବ ଭଲ ପ୍ରଭାବ ପକାଇଥାଏ । ପର୍ଯ୍ୟାପ୍ତ ପରିମାଣର ନିଦ ମସ୍ତିଷ୍କକୁ ସୁସ୍ଥ ରଖିଥାଏ । ରିପୋର୍ଟରୁ ସୂଚନା ମିଳିଛି ଯେ, ଯେଉଁମାନେ ଅନିଦ୍ରା ରୁହନ୍ତି କିମ୍ବା ଯେଉଁମାନଙ୍କ ନିଦ୍ରା ଠିକ ରୂପେ ପୁରା ହୋଇନଥାଏ ସେମାନଙ୍କର ଶୀଘ୍ର ଦେହ ଖରାପ ହୁଏ ।

ଅନିଦ୍ରା କାରଣରୁ ବ୍ୟକ୍ତି ମାନସିକ ଅବସାଦରେ ମଧ୍ୟ ରହିଥାଏ । ଏହା ଏକ ପ୍ରକାର ବଦ ଅଭ୍ୟାସରେ ପରିଣତ ହେବା ପରେ Dementia ନାମକ ରୋଗ ଦେଖାଯାଏ । ଏହା ଶରୀର ପାଇଁ ଖୁବ କ୍ଷତିକାରକ ହୋଇଥାଏ । ପର୍ଯ୍ୟାପ୍ତ ପରିମାଣରେ ନିଦ ଶରୀରକୁ ନ ମିଳିଲେ ଅନେକ ଶାରୀରିକ ସମସ୍ୟା ଦେଖାଯାଏ । ଯାହାଦ୍ୱାରା ମଣିଷ ମୃତ୍ୟୁ ବରଣ କରିଥାଏ । ଭାରତରେ ପ୍ରତିବର୍ଷ ୧କୋଟିରୁ ଅଧିକ ଲୋକ ଏହି ରୋଗରେ ମୃତ୍ୟୁବରଣ କରୁଛନ୍ତି ।

ତେବେ ଆଜି ଆମେ ଏହା କାରଣରୁ ହେଉଥିବା ସମସ୍ୟା ସମ୍ପର୍କରେ କହିବାକୁ ଯାଉଛୁ ।ଯାହାକୁ ଜାଣିବା ପରେ ଆପଣ ନିଜକୁ ସଚେତନ ରଖିପାରିବେ ।

– ପ୍ରଥମତଃ ଅନିଦ୍ରା କାରଣରୁ Dementia ନାମକ ଶାରୀରିକ ସମସ୍ୟା ଦେଖାଯାଏ । ଯାହା କାରଣରୁ ମଣିଷ ମୃତ୍ୟୁ ବରଣ କରିଥାଏ । ବ୍ଲଡ ସ୍ଲିପ ରିପୋର୍ଟ ଅନୁଯାୟୀ, ଦୁନିଆରେ ପାଖାପାଖି ୪୫% ଲୋକ ଏହି ସମସ୍ୟାର ଶିକାର ହେଉଛନ୍ତି ।

– ସାଧାରଣ ଭାବେ ୭ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଶୋଇବା ନିହାତି ଆବଶ୍ୟକ ହୋଇଥାଏ । ଏହି ସମୟରେ ବ୍ୟକ୍ତିକୁ ଶାରିରୀକ ଓ ମାନସିକ ଭାବେ ଠିକ ଆରାମ ମିଳିଥାଏ । କିନ୍ତୁ ଆମେରିକାରେ ଅନେକ ଜଣ ଏହି ନିୟମକୁ ଫଲୋ କରୁନାହାନ୍ତି ।

– ରିପୋର୍ଟ ଅନୁଯାୟୀ, ଆମେରିକାର ୫ ରୁ ୭ କୋଟି ଲୋକ ସ୍ଲିପ ଡିସଅର୍ଡର, ଏପନିଆ, ଇସୋମୋନିଆ ଏବଂ ରେଷ୍ଟଲେସ ଭଳି ଲକ୍ଷଣ ଆଦିରେ ଗ୍ରସ୍ତ ହୋଇଥାନ୍ତି । ଏହା ବଡ଼ ରୋଗ ଆକାରରେ ଶରୀରକୁ ପରେ ଆକ୍ରମଣ କରେ । ଏହାପରେ ଡାଇବେଟିଜ, ଷ୍ଟ୍ରୋକ, କାର୍ଡିଆବସ୍କ୍ୟୁଲର ଭଳି ସମସ୍ୟାର ସାମ୍ନା କରିବାକୁ ପଡେ ।

ତେଣୁ ଆପଣ ଯଦି ଏହି ଅଭ୍ୟାସରେ ପରିଚାଳିତ ହେଉଛନ୍ତି ତୁରନ୍ତ ଏହାକୁ ଦୂର କରି ନିଜ ଶରୀର ଓ ମାନସିକ ସ୍ୱାସ୍ଥ୍ୟକୁ ସୁସ୍ଥ ରଖନ୍ତୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.