ଖୁବଶୀଘ୍ର ଶନିଦେବଙ୍କ ହେବ ରାଶି ପରିବର୍ତ୍ତନ, ଶନି ସାଢ଼େ ସତୀରେ ଏହି ରାଶି ହେବେ ପ୍ରଭାବିତ

ଶନି ଦେବ ଗତ ୨୪ ଜାନୁଆରୀରୁ ଗୋଚର ପ୍ରକାରେ ରାଶିରେ ଗତି କରୁଛନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଗତିକୁ ଧିର ମନାଯାଏ । ଶନିଦେବ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଯିବା ପାଇଁ ୨.୫ ବର୍ଷ ସମୟ ନେଇଥାନ୍ତି । ଅର୍ଥାତ ନ୍ୟାୟଦାତା ଶନିଦେବ ଧିର ଗତିରେ ରାଶି ପରିବର୍ତ୍ତନ କରିଥାନ୍ତି ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଭଗବାନ ଶନିଦେବ ପଶ୍ଚିମ ଦିଗରେ ବାସ କରନ୍ତି । ତାଙ୍କର ଶୁଭ ରଙ୍ଗ ନୀଳ ରଙ୍ଗ ହୋଇଥାଏ । ୩ଟି ନକ୍ଷ୍ୟତ୍ର ଅନ୍ତର୍ଗତ ଶନିଦେବ ବାସ କରନ୍ତି । ଯଥା: ପୁଷ୍ୟା, ଅନୁରାଧା, ଉତ୍ତରଭଦ୍ରାପଦ ନକ୍ଷ୍ୟତ୍ର । ଶନିଦେବଙ୍କ ମିତ୍ରଗ୍ରହ ହେଉଛନ୍ତି ବୁଧଦେବ, ଶୁକ୍ରଦେବ ଏବଂ ରାହୁ । ଶତ୍ରୁ ଗ୍ରହ ହେଉଛନ୍ତି ସୂର୍ଯ୍ୟଦେବ , ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହ ।

ଶନିଦେବଙ୍କୁ ରାଶି ଚକ୍ର ଅତିକ୍ରମ କରିବା ପାଇଁ ପାଖାପାଖି ୩୦ ବର୍ଷ ସମୟ ଲାଗିଥାଏ । ଶନିଙ୍କ ପ୍ରଭାବ ସମସ୍ତ ରାଶି ଉପରେ ଲମ୍ବା ସମୟ ଧରି ରହିଥାଏ । ଶନିଙ୍କ ଆଶିର୍ବାଦରେ ସବୁକିଛି ପ୍ରାପ୍ତ ହୋଇଥାଏ । କିନ୍ତୁ ତାଙ୍କ କୋପ ଦୃଷ୍ଟି ପଡିଲେ ଅନେକ ସମସ୍ୟା ମଧ୍ୟ ଦେଖାଯାଏ । ଆସନ୍ତା ବର୍ଷରେ ଶନିଦେବ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ତେବେ ଏହାକୁ ନେଇ କେଉଁ ରାଶି ଉପରେ କଣ ପ୍ରଭାବ ପଡିବ, ଜାଣନ୍ତୁ ।

କୁମ୍ଭ ରାଶିରେ ପ୍ରବେଶ:

ଶନିଦେବ ୨୯ ଅପ୍ରେଲ ୨୦୨୨ ରେ କୁମ୍ଭ ରାଶିରେ ପ୍ରବେଶ କରିବେ । ଶନିଦେବ ଏହି ରାଶିର ସ୍ୱାମି ଗ୍ରହ ମଧ୍ୟ । ତେବେ ଶନି ଯେଉଁ ରାଶିକୁ ପ୍ରବେଶ କରନ୍ତି ସେହି ରାଶିରେ ଶନି ସାଢ଼େ ସତି ଆରମ୍ଭ ହୋଇଥାଏ । ଏହାର ପ୍ରତିଟି ଚରଣ ୨.୫ ବର୍ଷ ହୋଇଥାଏ । ପ୍ରଥମ ଚରଣରେ ଲୋକଙ୍କୁ ମାନସିକ ଅଶାନ୍ତି ମିଳିଥାଏ । ୨ୟ ଚରଣରେ ଆର୍ôଥକ ଓ ଶାରୀରିକ ସମସ୍ୟା ଦେଖାଯାଏ । ଶେଷ ଚରଣରେ ଶନିଦେବ ବିତିଯାଇଥିବା ଉଭୟ ଚରଣର ଭରପାଇ ବା ସବୁ ସମସ୍ୟାର ସମାଧାନ କରିଥାନ୍ତି । ତେଣୁ ବିଶ୍ୱାସ ରହିଛି ଯେ ଶନିଦେବଙ୍କ ସମୟ ସରିବା ସମୟରେ ଅନେକ କିଛି ଲାଭ ହୋଇଥାଏ ।

ଏହି ସମୟରେ କର୍ମକ୍ଷେତ୍ରରେ ମଧ୍ୟ ସମସ୍ୟା ଦେଖାଯାଏ । ତେବେ ଏହି ସମୟରେ ପ୍ରତ୍ୟେକ ନ୍ୟାୟରେ ରହିବା ସହ ଧାର୍ମିକ କାର୍ଯ୍ୟ କରିବା ଉଚି। କାରଣ ଶନିଦେବ ନ୍ୟାୟର ପ୍ରତୀକ । ତେଣୁ ଏହି ସମୟରେ ମଦ ମାଂସ ଭଳି ଖାଦ୍ୟରୁ ବିରତ ରହିଲେ ମଧ୍ୟ ଭଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.