Below header

ଡାକ୍ତର ଦମ୍ପତି COVID ୱାର୍ଡରେ ପାଳନ କଲେ ନିଜ ଦ୍ୱିତୀୟ ବିବାହ ବାର୍ଷିକୀ, ସେୟାର କଲେ ଫଟୋ

ଜଣେ ଡାକ୍ତର ଦମ୍ପତିଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଖାସ କଥା ହେଉଛି, ଏମାନେ ନିଜ ଦ୍ୱିତୀୟ ବିବାହ ବାର୍ଷିକୀ କରୋନା ସଂକ୍ରମିତଙ୍କ ସହ COVID-19 ୱାର୍ଡରେ ପାଳନ କରିଛନ୍ତି। ଏହି ଦମ୍ପତି ନିଜ ଟୁଇଟର ହ୍ୟାଣ୍ଡେଲରେ ଫଟୋ ସେୟାର କରି ଏ ନେଇ ସୂଚନା ଦେଇଛନ୍ତି। ସେମାନେ ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସରେ କାର୍ଯ୍ୟରତ ଏବଂ ନିଜ ବିବାହ ବର୍ଷିକୀ ଦିନ ଡ୍ୟୁଟିରେ ଥିଲେ।

କହି ରଖୁଛୁ, ଡାକ୍ତର ନିଶାନ୍ତ ପାଠକ ନିଜ ବିବାହ ବର୍ଷିକୀ ଅବସରରେ ସ୍ତ୍ରୀଙ୍କ ସହିତ ଫଟୋ ସେୟାର କରି ଟୁଇଟ କରିଥିଲେ। ଏହାସହିତ ସେ ଝାଡ଼ଖଣ୍ଡର ସିଏମ ହେମନ୍ତ ସୋରେନ ଓ ଝାଡ଼ଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତାଙ୍କୁ ଟ୍ୟାଗ କରି ଆଜି ସେମାନଙ୍କ ବିବାହ ବର୍ଷିକୀ ବୋଲି ଜଣାଇଥିଲେ। ଡାକ୍ତର ନିଶାନ୍ତ ଓ ଡାକ୍ତରାଣୀ ରିତିକାଙ୍କ ବିବାହକୁ 2 ବର୍ଷ ହୋଇଯାଇଛି। 16 ଏପ୍ରିଲରେ ସେମାନଙ୍କ ବିବାହ ବର୍ଷିକୀ ଥିଲା। ଏହି ଖାସ ଅବସରରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଉଭୟଙ୍କୁ ଶୁଭକାମନା ଜଣାଇଥିଲେ।

ସିଏମ ଡାକ୍ତର ଦମ୍ପତିଙ୍କୁ ଧନ୍ୟବାଦ ଦେବାକୁ ଯାଇ ଟୁଇଟ କରିଥିଲେ କି, ‘ଆପଣଙ୍କ ଭଳି ଯୋଦ୍ଧାଙ୍କ ସମର୍ପଣ ଏବଂ କଠିନ ପରିଶ୍ରମ ଯୋଗୁ ଆମେ ଆଜି କରୋନା ଯୁଦ୍ଧରେ ବହୁତ ସାହସର ସହ ଲଢ଼ିବାରେ ସଫଳ ହୋଇଛୁ। ଏମିତି ସମସ୍ତ ଯୋଦ୍ଧାଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା’। ଏହାସହିତ ସେ ସେମାନଙ୍କ ବିବାହ ବର୍ଷିକୀ ପାଇଁ ଢେର ସାରା ଶୁଭକାମନା ବି ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.