Below header

ପାକିସ୍ତାନରେ ସରକାରଙ୍କ ନୂଆ ନିୟମ, କରୋନା ବଢ଼ାଇଲେ ଦେବାକୁ ପଡିବ ୧୦ ଲକ୍ଷ ଟଙ୍କା ଜରିମାନା

କରୋନା ସଂକ୍ରମଣକୁ ରୋକିବା ପାଇଁ ପାକିସ୍ତାନର ସିନ୍ଧ ପ୍ରଦେଶ ସରକାର ଏହାକୁ ବିସ୍ତାର କରୁଥିବା ବ୍ୟକ୍ତିଙ୍କ ଉପରେ ଜୋରିମାନା ଲାଗୁ କରିବାକୁ ଏକ ଆଇନ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ୨ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ କରାଯାଇଛି ।

ସୂଚନା ଅନୁଯାୟୀ ସିନ୍ଧ ପ୍ରଦେଶ ସରକାର କରୋନା ଜୀବାଣୁ ସଂକ୍ରମଣକୁ ରୋକିବା ପାଇଁ ୟୁରୋପୀୟ ଦେଶ ଶୈଳୀରେ ଆଇନ ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏଥିପାଇଁ ସିନ୍ଧ ମହାମାରୀ ରୋଗ ଅଧିନିୟମ ୨୦୧୪ରେ ସଂଶୋଧନ କରାଯିବ । ଏହି ସଂଶୋଧନ ଜରିଆରେ ଜରିମାନାରେ ବୃଦ୍ଧି କରାଯିବ । ଏହି ନୂତନ ଅଧିନିୟମ ଦ୍ୱାରା ଯଦି ଜଣେ କରୋନା ରୋଗୀ କ୍ୱାରାଣ୍ଟାଇନରୁ ବାହାରି ଅନ୍ୟ କାହାକୁ କରୋନା ସଂକ୍ରମିତ କରେ ତାହେଲେ ତାଙ୍କୁ ଭାରି ଜୋରିମାନା ଦେବାକୁ ପଡିବ । ଏହି ଦଣ୍ଡ ସମସ୍ତ ବ୍ୟକ୍ତି ଏବଂ ସଂସ୍ଥା ଉପରେ ଲାଗୁ କରାଯିବ ।

ଏହି ସଂଶୋଧନ ନିୟମ ଅନୁଯାୟୀ ଯେକୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ୨ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରେ । ନିୟମ ଉଲ୍ଲଂଘନ ପାଇଁ ଦଣ୍ଡ ମଧ୍ୟ ବୃଦ୍ଧି ପାଇବ । ଏପ୍ରିଲ ୨୭ ତାରିଖରେ ସିନ୍ଧ କ୍ୟାବିନେଟ୍ ବୈଠକରେ ଏହି ସଂଶୋଧନ ନିୟମ ପ୍ରଣୟନ କରାଯିବ । ସୂଚନା ଅନୁଯାୟୀ ପାକିସ୍ତାନରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୪ ସପ୍ତାହ ମଧ୍ୟରେ ଅବସ୍ଥା ଆହୁରି ଖରାପ ହେବ ବୋଲି ଆଶା କରାଯାଉଛି । ଏଥି ସହିତ WHO ଦ୍ୱାରା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨ ଲକ୍ଷରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଏଭଳି ପରିସ୍ଥିତିରେ କରୋନାରେ ସଂକ୍ରମିତ ପ୍ରଦେଶଗୁଡ଼ିକ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.