Below header

‘ସୋସିଆଲ ଡିଷ୍ଟାନସିଙ୍ଗ’ ନିୟମ ପାଳି ମନ୍ଦିରରେ ବିବାହ କଲେ ବରକନ୍ୟା, COVID ଫଣ୍ଡରେ ଦାନ କଲେ 5 ଲକ୍ଷ ଟଙ୍କା

COVID-19 ଯୋଗୁ ସାରା ଦେଶ ଲକଡାଉନ ଥିବାରୁ ରାଜସ୍ଥାନର ଯୋଧପୁରସ୍ଥିତ ଏକ ମନ୍ଦିରରେ ନିଆରା ବିବାହ ଅନୁଷ୍ଠିତ ହୋଇଛି। ସମ୍ପର୍କୀୟଙ୍କ ଅନୁପସ୍ଥିତିରେ ବର, କନ୍ୟା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବର ବରୁଣ ଧଧାନିଆ କହିଛନ୍ତି, ‘ମୋ ଜେଜେବାପା ଅସୁସ୍ଥ ଅଛନ୍ତି ଏବଂ ସେ ଚାହୁଁଥିଲେ, ମୋ ବିବାହ ଲକଡାଉନ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ତାରିଖରେ ହିଁ ଅନୁଷ୍ଠିତ ହେଉ। ବିବାହ ସମୟରେ ସୋସିଆଲ ଡିଷ୍ଟାନସିଙ୍ଗ ନିୟମ ପାଳନ କରାଯାଇଥିଲା’।

ସେ ଆହୁରି କହିଥିଲେ ଯେ ‘ଆମ ସମ୍ପର୍କୀୟମାନେ ଭିଡ଼ିଓ କନଫେରେନ୍ସିଂ ଜରିଆରେ ବିବାହ ଦେଖିଲେ। ଏହାଛଡା ଆମେ ପିଏମ ଫଣ୍ଡରେ 4 ଲକ୍ଷ ଏବଂ ରାଜସ୍ଥାନ ସିଏମ କୋଭିଡ ଫଣ୍ଡରେ 1.01 ଲକ୍ଷ ଟଙ୍କା ଦାନ କରିଛୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.