ଗଭୀର ସମୁଦ୍ରରେ ହଠାତ ଚକଚକ କଲେ ଡଲଫିନ, ଅନ୍ଧାର ରାତିରେ ଏହି ଦୁର୍ଲ୍ଲଭ ଦୃଶ୍ୟକୁ କଏଦ କରିନେଲେ ଫଟୋଗ୍ରାଫର, ଭାଇରଲ ହେଲା Video
କାର୍ଲିଫର୍ନିଆ ତଟରେ ଅନ୍ଧାର ରାତିରେ ଏମିତି କିଛି ଅଜବ ଜିନିଷ ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସମୁଦ୍ର ଭିତରେ ପହଁରୁଥିବା ଡଲଫିନ ହଠାତ ଚମକିବାକୁ ଲାଗିଥିଲେ। ଏହି ଭିଡ଼ିଓକୁ ରେକର୍ଡ କରିବାରେ ଫଟୋଗ୍ରାଫର ପାଟ୍ରିକ କଏନ ସଫଳ ହୋଇଥିଲେ।
Bioluminescent Algaeରେ ପହଁରୁଥିବା ବେଳେ ପାଟ୍ରିକ ଡଲଫିନମାନଙ୍କର ଏହି ଅଦ୍ଭୂତ ଦୃଶ୍ୟପଟକୁ କଏଦ କରିଥିଲେ ଏବଂ ତାହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଭିଡ଼ିଓଟି ବର୍ତ୍ତମାନ ଖୁବ ଭାଇରଲ ହେବାର ଲାଗିଛି। Bioluminiscence ଜୀବଜନ୍ତୁଙ୍କ ଠାରେ ବ୍ୟାପକ ରୂପେ ଆସିଥାଏ ଏବଂ ଗଭୀର ସମୁଦ୍ରରେ ଆଲୋକ ଉତ୍ପନ୍ନ କରିଥାଏ। ପାଟ୍ରିକ କଏନ ସେହି ମୁହୂର୍ତ୍ତକୁ ତାଙ୍କ ଜୀବନର ସବୁଠାରୁ ‘କୁହୁକ ରାତି’ ବୋଲି କହିଛନ୍ତି।
ସେ Newport Beachର ତଟରେ ରାତ୍ରି ଯାତ୍ରାରେ ଯାଇଥିଲେ ଏବଂ ଦୁର୍ଲ୍ଲଭ ଫଟୋକୁ କ୍ୟାପଚର କରିବାରେ ସଫଳ ହୋଇଥିଲେ। ଭିଡ଼ିଓ ସେୟାର କରି ପାଟ୍ରିକ କ୍ୟାପସନ ଲେଖିଛନ୍ତି, ‘କ୍ୟାପଟେନ ରେୟାନ ମୋତେ ଏହି ଦୁର୍ଲ୍ଲଭ ଭିଡ଼ିଓକୁ କ୍ୟାଚ କରିବାକୁ ଆମନ୍ତ୍ରଣ କରିଥିଲେ। Netflixରେ ଏହା ଉପରେ ଏକ ଡକ୍ୟୁମେଣ୍ଟାରୀ ଦେଖିଥିଲି। ଦ୍ୱିତୀୟ ଥର ମୁଁ ଏହାକୁ ବାସ୍ତବରେ ଦେଖିବାକୁ ପାଇଲି’।