Below header

ବାପା ଋଷି କପୁରଙ୍କୁ ଶେଷ ଥର ଦେଖିବା ପାଇଁ ଝିଅ ରିଧିମା ମୁମ୍ବାଇ ଯିବାପାଇଁ ସରକାରଙ୍କୁ ମାଗିଲେ ଅନୁମତି

ବଲିଉଡର ବର୍ଷିୟନ କଳାକାର ଋଷି କପୁର ଦୁନିଆକୁ ଅଲବିଦା କହିଦେଇଛନ୍ତି। ୬୭ ବର୍ଷରେ ତାଙ୍କର ମୃତ୍ୟୁ ଘଟିଛି। ମୁମ୍ବାଇର ଏଚଏନ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। କିନ୍ତୁ ଏକ ସପ୍ତାହ ହେବ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲ।

କରୋନା ଭାଇରସ କାରଣରୁ ହୋଇଥିବା ଲକଡାଉନ ପାଇଁ ତାଙ୍କ ଝିଅ ରିଧିମା କପୁର ସାହନୀ ତାଙ୍କୁ ଦେଖା କରିବାକୁ ଯାଇପାରିଲେନି। କିନ୍ତୁ ଏବେ ତାଙ୍କ ନିଧନ ଖବର ଆସିଲାରୁ ବାପାଙ୍କୁ ଶେଷ ଦର୍ଶନ କରିବା ପାଉ ଚାହୁଁଛନ୍ତି ଝିଅ ରିଧିମା। ରିଧିମା ନିଜ ପରିବାର ସହିତ ଦିଲ୍ଲୀରେ ରୁହନ୍ତି। କୁହାଯାଉଛି ଯେ ସେ ଦିଲ୍ଲୀରୁ ମୁମ୍ବାଇ ଯିବା ପାଇଁ ସରକାରଙ୍କୁ ଅନୁମତି ମାଗିଛନ୍ତି।

ridhimaଋଷି କପୁରଙ୍କ ନିଧନରେ ପୁରା ଭାରତବାସୀ ଶୋକରେ ଅଛନ୍ତି। ସେହିପରି ରିଧିମାଙ୍କ ଅନୁରୋଧ ସମ୍ପର୍କରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୌଣସି ଅଫିସିଆଲ ତଥ୍ୟ ଆସିନାହିଁ। କୁହାଯାଉଛି ଯେ ରିଧିମା ସ୍ଥାନୀୟ ଅଧିକାରୀଙ୍କୁ ଏହି ସମ୍ପର୍କରେ ଲିଖିତ ଆକାରରେ ଏକ ପତ୍ର ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.