ଦମଦାର ସୁବିଧା ସହ ବଜାରରେ ଲଂଚ ହେଲା Nokia 220 4G ଫିଚର ଫୋନ

ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଏଚଏମ୍ଡି ଗ୍ଲୋବାଲ ନୋକିଆ ୨୨୦ 4ଜି ଫିଚର ଫୋନ ଲଂଚ କରିଛି । ୟୁଜର୍ସଙ୍କୁ ଏହି ଫିଚର ଫୋନରେ ଟର୍ଚ, ଏମଏମ ରେଡ଼ିଓ , ଡୁଆଲ ସିମ, ଏମପି 3 ପ୍ଲେୟର ସମେତ ସ୍ପିଡ଼ ଡାୟଲିଙ୍ଗର ସପୋର୍ଟ ବି ମିଳିପାରିବ । ଏସବୁ ବାଦ ଏହି ଫିଚର ଫୋନ ବିଜିଏ କ୍ୟାମେରା ସୁବିଧା ବି ଯୋଗାଇଥାଏ । କହି ରଖିବା ଉଚିତ ହେବକି, ଏହା ପୂର୍ବରୁ କମ୍ପାନୀ ନୋକିଆ 105 ଫିଚର ଫୋନ ବିଶ୍ୱସ୍ତରୀୟ ଭାବେ ଲଂଚ କରିଥିଲା । କମ୍ପାନୀ ନିଜ ନୋକିଆ ୨୨୦ 4G ଫିଚର ଫୋନର ଦର ୨୨୯ ଚିନି ୟୁଆନ ବା ଭାରତୀୟ ମୁଦ୍ରା ହିସାବରେ ୩,୨୦୦ ଟଙ୍କା ରଖିବ ବୋଲି ଜଣାଯାଇଛି । ଏହି ଫିଚର ଫୋନ ବଜାରରେ ବ୍ଲକ ଓ ବ୍ଲୁ ଦୁଇଟି ରଙ୍ଗରେ ବଜାରରେ ଉପଲବ୍ଧ ହୋଇପାରିବ ।

HMD Global unveils Nokia 220 4G and Nokia 105 (2019) with a ...

ଏହି ଫୋନର ବିକ୍ରି ବଜାରରେ ଆସନ୍ତା ମେ ୭ ତାରିଖରୁ ଆରମ୍ଭ ହୋଇଯିବ ବୋଲି ଜଣାଯାଇଛି । ନୋକିଆର ଏହି ଫିଚର ଫୋନରେ ୨.୪ ଇଞ୍ଚ କ୍ୟୁବିଜିଏ ଡିଷ୍ପ୍ଲେ ସୁବିଧା ରହିଛି । ଏହା ସହ ଏହି ଫୋନରେ ୧୬ ଏମବି ରାମ ଓ ୨୪ ଏମବି ଷ୍ଟୋରେଜ ସୁବିଧା ବି ଉପଲବ୍ଧ ହେବ | ଏସବୁ ଏହି ଫିଚର ଫୋନରେ ବିଜିଏ କ୍ୟାମେରା ସହ ଏଲଇଡ଼ି ଫ୍ଲସ ମିଳି ପାରିବ । କନେ କ୍ଟିଭିଟି ଦୃଷ୍ଟିରୁ ଏଥିରେ ବଳୁଟୁଥ ୪.୨, ୟୁଏସବି ପୋର୍ଟପୋର୍ଟ ଓ ୩.୫ ଏମଏମ ହେଡ଼ଫୋନ ପରି ଫିଚର ମାନ ମଧ୍ୟ ମିଳୁଛି । ଏସବୁ ବ୍ୟତୀତ ଏଥିରେ ୧୨୦୦ ଏମଏଏଚର ବ୍ୟାଟେରୀ ସୁବିଧା ମଧ୍ୟ ମିଳୁଛି | ଯାହାକି ୬.୩ ଘଣ୍ଟାର ବ୍ୟାଟେରୀ ଵ୍ୟାକଅପ ମଧ୍ୟ ମିଳିପାରିବ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.