WHO ର କାର୍ଯ୍ୟକାରୀ ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଶୁକ୍ରବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲ୍ୟୁଏଚଓର କାର୍ଯ୍ୟକାରୀ ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଜାପାନର ଡ.ହିରୋକି ନକଟାନିଙ୍କ ସ୍ଥାନ ନେଇଛନ୍ତି । ୩ ବର୍ଷ ପାଇଁ ଡବ୍ଲ୍ୟୁଏଚଓ କାର୍ଯ୍ୟକାରୀ ବୋର୍ଡରେ ୩୪ ସଦସ୍ୟଙ୍କ ମଧ୍ୟରେ ଡ. ହର୍ଷବର୍ଦ୍ଧନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ।

Whoଦାୟିତ୍ୱ ନେବା ପରେ ହର୍ଷବର୍ଦ୍ଧନ କହିଛନ୍ତି ଯେ, କରୋନା ମହାମାରୀ ସଙ୍କଟ ସମୟରେ ମୁଁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଉଛି । ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱରେ ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ଆସିବ । ଏହି ସବୁ ଚ୍ୟାଲେଞ୍ଜର ମୁକାବିଲା ପାଇଁ ମିଳିତ ଭାବେ ଉଦ୍ୟମ ଆବଶ୍ୟକ । ଭାରତ ଦୃଢ଼ତାର ସହ କରୋନାର ମୁକାବିଲା କରୁଛି । ଦେଶରେ ଏବେ କରୋନା ମୃତ୍ୟୁହାର ମାତ୍ର ୩ ପ୍ରତିଶତ ରହିଛି । ୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ମାତ୍ର ୦.୧ ନିୟୁତ କରୋନା ମାମଲା ସାମ୍ନାକୁ ଆସିଛି । ଆରୋଗ୍ୟ ହାର ୪୦ ପ୍ରତିଶତରୁ ଅଧିକ ରହିଥିବାବେଳେ ୧୩ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି । ସୂଚନାଥାଉକି, ଭାରତକୁ ଡବ୍ଲ୍ୟୁଏଚଓ କାର୍ଯ୍ୟକାରୀ ବୋର୍ଡରେ ସାମିଲ କରିବା ପ୍ରସ୍ତାବ ଉପରେ ଗତ ମଙ୍ଗଳବାର ମୋହର ଲାଗିଥିଲା । ୧୯୪ଟି ଦେଶ ଏହି ପ୍ରସ୍ତାବ ଉପରେ ସ୍ୱାକ୍ଷର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.