Below header

ଆସନ୍ତା ୨୫ରୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ଉଡ଼ାଣ ସେବା

ଝାରସୁଗୁଡା: କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରାୟ ୨ ମାସ ହେବ ଦେଶର ସମସ୍ତ ବିମାନ ସେବା ବନ୍ଦ ରଖା ଯାଇଥିଲା । କିନ୍ତୁ ଲକ ଡାଉନର ଚତୁର୍ଥ ପାଳିରେ ନିୟମରେ କିଛିଟା କୋହଳ ଆଣି ଦେଶରେ ବିମାନ ଚଳାଚଳ ସେବା ଆରମ୍ଭ କରାଇବାକୁ ନିଷ୍ପତ୍ତି ନେଇଛନ୍ତି ବିଭାଗୀୟ ମନ୍ତ୍ରୀ ହାରଦୀପ ସିଂହ ପୁରୀ । ମନ୍ତ୍ରୀଙ୍କ ଘୋଷଣା ପରେ ଆସନ୍ତା ଆସନ୍ତା ୨୫ତାରିଖରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସ ଜେଟ ଓ ଏଲାଇନ୍ସ ବିମାନ ସେବା ଆରମ୍ଭ କରାଯିବ । ଏନେଇ ମେ ୨୨ ତାରିଖ ସନ୍ଧ୍ୟାରେ ହିଁ ଜିଲ୍ଲାପାଳ, ଏସ୍ପି, ଏୟାରପୋର୍ଟ ଡ଼ାଇରେକ୍ଟରଙ୍କ ସମେତ ଜିଲ୍ଲା ଚିକିତ୍ସାଧିକାରୀ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକ ଶେଷ ପରେ ସମସ୍ତ ଅଧିକାରୀ ବିମାନ ବନ୍ଦର ବୁଲି ଦେଖିଥିଲେ । କିନ୍ତୁ ବିମାନ ବନ୍ଦର ଅଧିକାରୀ ଯାତ୍ରୀ ମାନଙ୍କ ପାଇଁ ଏକ ନୂଆ ଏସଓପି ଜାରି କରିଛନ୍ତି । ଏହି ନିୟମ ବେଖାତିର କଲେ ଯାତ୍ରୀଙ୍କୁ ଏୟାରପୋର୍ଟରେ ପ୍ରବେଶ ଅନୁମତି ମିଳିବ ନାହିଁ । ଠିକ ସେହିପରି ଟିକେଟ ଦର ମଧ୍ୟ ନିର୍ଦ୍ଧାରଣ କରାଯାଇଛି । ଝାରସୁଗୁଡାର ଏହି ବିମାନ ବନ୍ଦରରୁ ଆସନ୍ତା ୨୫ ତାରିଖରୁ ସ୍ପାଇସ ଜେଟ କମ୍ପାନୀ ପକ୍ଷରୁ ନୂଆଦିଲ୍ଲୀ, କୋଲକାତା, ହାଇଦରାବାଦ ଓ ଏଲିଆନ୍ସ କମ୍ପାନୀ ପକ୍ଷରୁ ଭୁବନେଶ୍ୱର ଓ କୋଲକାତାକୁ ବିମାନ ଚାଲିବ । ଏଥିପାଇଁ ଅନଲାଇନ ବୁକିଙ୍ଗ ସେବା ବି ଆରମ୍ଭ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.