Below header

ଡ୍ରୋନ୍ ଜଗିଛି ଛତିଶଗଡ଼ ମାଓବାଦୀଙ୍କୁ, ଗତିବିଧି ଉପରେ କଡ଼ା ନଜର

ଜଗଦଲପୁର : ଆସନ୍ତାକାଲି ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମୋଟ୍ ୯୦ଟି ବିଧାନସଭା ଆସନ ମଧ୍ୟରୁ କାଲି ୧୮ଟି ଆସନରେ ଭୋଟ୍ ଗ୍ରହଣ ହେବ । ଏହା ପୂର୍ବରୁ ପୋଲିସ୍ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ବର୍ତ୍ତମାନ ସବୁଠାରୁ ଅଧିକ ମାଓପ୍ରବଣ ଇଲାକା ରହିଛି ଛତିଶଗଡ଼ରେ । ପୋଲିସ୍ ଓ ବିଏସ୍ଏଫ୍ ଯବାନଙ୍କ ‘ଡେଥ୍ ଜୋନ୍’ କୁହାଯାଉଛି ଏହି ଅଞ୍ଚଳକୁ । ତେବେ ମାଓ ମୁକାବିଲା ପାଇଁ ଶେଷରେ ଡ୍ରୋନ୍ ବ୍ୟବହାର କରିଛି ପୋଲିସ୍ । ମାଓବାଦୀଙ୍କ ଗତିବିଧି ଉପରେ ଏହି ଡ୍ରୋନ୍ ଆକାଶ ମାର୍ଗରୁ ନଜର ରଖିଛି । ପ୍ରଥମ ଥର ଲାଗି ଏଠି ଡ୍ରୋନ୍ ବ୍ୟବହାର ହୋଇଛି ।

ଗୋଇନ୍ଦା ସୂଚନା ଅନୁଯାୟୀ, ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି । ସେପଟେ ମାଓବାଦୀମାନେ ମଧ୍ୟ ସମ୍ମିଳିତ ହୋଇଛନ୍ତି । ମହାରାଷ୍ଟ୍ର, ତେଲେଙ୍ଗାନା, ଓଡ଼ିଶା ଏବଂ ଅନ୍ୟ ରାଜ୍ୟରେ ରହୁଥିବା ମାଓବାଦୀମାନେ ଏବେ ଛତିଶଗଡ଼ରେ ଏକାଠି ହୋଇଛନ୍ତି । ପ୍ରାୟ ଦଶନ୍ଧି ଧରି ମାଓବାଦୀମାନେ ସେଠାକାର ମାଓ ଇଲାକାରେ ବସବାସ କରୁଥିବା ଲୋକଙ୍କୁ ଭୋଟ୍ ଦେବାକୁ ବାରଣ କରିଛନ୍ତି । ସେମାନଙ୍କୁ ଧମକ ମଧ୍ୟ ଦେଉଛନ୍ତି ।

DRONE-2

ଆଜି ସକାଳୁ ଲାଲ ବାହିନୀ  କାଙ୍କେର ଜିଲ୍ଲାରେ ୭ଟି ବିସ୍ଫୋରଣ ଘଟାଇ ସାରିଛନ୍ତି । ସୁରକ୍ଷା କର୍ମୀଙ୍କ ସହ ସେମାନଙ୍କର ଗୁଳି ବିନିମୟ ମଧ୍ୟ ହୋଇଛି । ଛତିଶଗଡ଼ ରାଜଧାନୀ ରାୟପୁରଠାରୁ ୧୭୫ କିଲୋମିଟର ଦୂର ଏହି ଅଞ୍ଚଳରେ ଗୁଳି ବିନିମୟ ବେଳେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି ।

ସେପଟେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିଛି ଡ୍ରୋନ୍ କ୍ୟାମେରା । ଡ୍ରୋନରୁ ଉଠା ଯାଇଥିବା  ଏହି ଫଟୋରୁ ଜଣାପଡ଼ିଛି ଯେ କୌଶଲନର ଅଞ୍ଚଳରେ ମେଳି ହୋଇ ଲାଲବାହିନୀ ସଦସ୍ୟମାନେ ଆବୁଜମାଦ ଜଙ୍ଗଲ ଆଡ଼କୁ ମୁହାଁଉଛନ୍ତି । ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ମାଓବାଦୀଙ୍କ କବଜାରେ ରହିଛି । ଯେଉଁଠି ସୁରକ୍ଷା ବ୍ୟବସ୍ଥା ଆଦୌ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.