Below header

ହିଞ୍ଜିଳିକାଟୁ, ଶେରଗଡ଼ରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ବ୍ରହ୍ମପୁର (କେନ୍ୟୁଜ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଓ ଶେରଗଡ ବ୍ଲକ ଗସ୍ତ କରିଥିଲେ । ଏଠାରେ ସେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଶେରଗଡ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଶ୍ଵସ୍ତରୀୟ ଆଇଟିଆଇକୁ ଲୋକାର୍ପିତ କରିଥିଲେ । ଆଦର୍ଶ ବିଦ୍ୟାଳୟ ଛାତ୍ରୀ ନିବାସ, ଦକ୍ଷତା ବିକାଶ କେନ୍ଦ୍ରର ନୂତନ କୋଠାକୁ ମଧ୍ୟ ଉଦଘାଟନ କରିଥିଲେ । ଏହା ସହିତ ଘୋଡାହାଡ ନଦୀ ଉପରେ ନନ୍ଦିନୀ ସେତୁର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ।

AMA GAO AMA BIKASH-1

ଏହି ଅବସରରେ ଆମ ଗାଁ ଆମ ବିକାଶ ଯୋଜନାରେ ଅନ୍ତର୍ଗତ କର୍ଯ୍ୟାଦେଶ ସହ ବିଜୁ ପକ୍କା ଘର ନିର୍ମାଣ ପାଇଁ କର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁ ବ୍ଲକ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ଏହି ଅବସରରେ ହିଞ୍ଜିଳିକାଟୁରେ ନିୟନ୍ତ୍ରିତ ବଜାର କମିଟିର କୋଠା, ଗ୍ରୀଡ୍ ସବ୍ ଷ୍ଟେସନ ଉଦଘାଟନ ଓ ସୋମପୁର- ସିଙ୍ଗପୁର ରାସ୍ତା ପାଇଁ ଶିଳାନ୍ୟାସ କରିଛନ୍ତି । ସେଠାରୁ ମୁଖ୍ୟମନ୍ତ୍ରୀ ଛତ୍ରପୁର ଯାଇ ସେଠାରେ DRDA ନୂତନ କୋଠା, ସୁଇମିଙ୍ଗ ପୁଲ୍ ଉଦଘାଟନ କରିଥିଲେ । ଏହା ସହିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୂର୍ଯ୍ୟ ନାରାୟଣ ପାତ୍ର, ଉଷା ଦେବୀ ଏବଂ ସମସ୍ତ ବିଧାୟକ, ଗଂଜାମ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ସରକାରୀ ପଦାଧିକାରୀ ଯୋଗଦେଇ ଥିଲେ । ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.