Below header

ଡିଜିଟାଲ ହେଉଛି ସ୍ୱାସ୍ଥ୍ୟ ବ୍ୟବସ୍ଥା : ଦୁର୍ଗମ ଅଞ୍ଚଳକୁ ମାତ୍ର ୧୮ ମିନିଟରେ ରକ୍ତ ପହଞ୍ଚାଇଲା ଡ୍ରୋନ, ପୂର୍ବରୁ ଲାଗୁଥିଲା ଦେଢ଼ ଘଣ୍ଟା

ଉତ୍ତରାଖଣ୍ଡର ଟିହାରୀ ଜିଲ୍ଲାର ଦୁର୍ଗମ ସ୍ଥାନରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ପାଇଁ ସଫଳ ପ୍ରୟୋଗ କରାଯାଇଛି। ଏଠାରେ ୩୬ କିଲୋମିଟର ଦୂରରେ ଥିବା ଏକ ଘାଟି ଅଞ୍ଚଳକୁ ମାନବ ରହିତ ବିମାନ (ଡ୍ରୋନ୍‌) ଦ୍ୱାରା ରକ୍ତର ନମୁନା ସଫଳପୂର୍ବକ ପହଞ୍ଚା ଯାଇଛି। ଡ୍ରୋନ ଜରିଆରେ ବ୍ଲଡ ନମୁନା ମାତ୍ର ୧୮ ମିନିଟରେ ଏପରି ଏକ ସ୍ଥାନ ପହଞ୍ଚାଇଯାଇଥିଲା ଯେଉଁଠାରେ ସାଧାରଣତଃ ସଡକ ଦ୍ୱାରା ପହଞ୍ଚିବା ଖୁବ କଷ୍ଟକର ହୋଇଥାଏ। ମିଡିଆ ରିପୋର୍ଟ ମୁତାବକ, ଏହି ଡ୍ରୋନକୁ ଆଇଆଇଟିର ପୂର୍ବ ଛାତ୍ର ସିଡି ସ୍ପେସ୍‌ ରୋବଟିକ୍ସର ମାଲିକ ନିଖିଲ ଉପାଧି ନିର୍ମାଣ କରିଛନ୍ତି।

blood-shugar

ଏହି ଡ୍ରୋନର ଫାଇଦା

ଡ୍ରୋନ ଜରିଆରେ ରକ୍ତ ନମୁନା ଘାଟି ଅଞ୍ଚଳରେ ଥିବା ତିହରୀ ଡାକ୍ତରଖାନାରୁ ବୁରାଡି ଜିଲ୍ଲାର ଡାକ୍ତରଖାନାକୁ ପହଞ୍ଚାଇଯାଇଛି। ଯଦି ଏହି ରକ୍ତ ନମୁନାକୁ ସଡକ ଯୋଗେ ପଠାଯାଇଥାନ୍ତା ତେବେ ପାଖାପାଖି ଦେଢ଼ଘଣ୍ଟା ସମୟ ଲାଗିଥାନ୍ତି। କିନ୍ତୁ ଟେଲି ମେଡିସିନ୍‌ ପ୍ରୋଜେକ୍ଟ ଅନ୍ତର୍ଗତ ରକ୍ତ ନମୁନାକୁ ଡ୍ରୋନ ଜରିଆରେ ମାତ୍ର ୧୮ ମିନିଟରେ ପହଞ୍ଚାଇ ଦିଆଯାଇଛି। ଏହି ଡ୍ରୋନରେ କୁଲିଂ କିଟ ସହ ଜରୁରୀକାଳୀନ ସ୍ଥିତି ପାଇଁ ଔଷଧ ଏବଂ ବ୍ଳଡ ୟୁନିଟକୁ ଟ୍ରାନ୍ସପୋର୍ଟ କରିବାର କ୍ଷମତା ରହିଛି। ତେବେ ଏହି ସେବା ଦ୍ୱାରା ଦୁର୍ଗମ ଅଞ୍ଚଳରେ ସହଜରେ ଡାକ୍ତରୀ ସେବା ପହଞ୍ଚାଯାଇ ପାରିବ ବୋଲି ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.