Below header

ଦିଲ୍ଲୀରେ ପୁଣି ଭୂକମ୍ପ, ୨୪ ଘଣ୍ଟାରେ ଦ୍ୱିତୀୟ ଥର ଦୋହଲିଲା ଦିଲ୍ଲୀ

ଦିଲ୍ଲୀ: ଦିଲ୍ଲୀ ଏବଂ ଉତ୍ତରକେନ୍ଦ୍ରାଞ୍ଚଳରେ ସୋମବାର ପୁଣି ଥରେ ଭୂକମ୍ପର ଝଟକା ଅନୁଭୁତ ହୋଇଛି । ଗତ ୨୪ ଘଣ୍ଟାରେ ଏହା ଦ୍ୱିତୀୟ ଥର ହୋଇଥିବା ଜଣାଯାଇଛି । ଦ୍ୱିତୀୟ ଥର ହୋଇଥିବା ଭୂକମ୍ପର ସାନ୍ଦ୍ରତା ରିଚର ସ୍କେଲ୍‌ରେ ୨.୭ ଥିବା ରେକର୍ଡ କରାଯାଇଛି ।

ଏଥି ପୂର୍ବରୁ ରବିବାର ସନ୍ଧ୍ୟାରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ହୋଇଥିଲା । ରିଚର ସ୍କେଲ୍‌ରେ ଯାହାର ସାନ୍ଦ୍ରତା ୩.୫ ଥିଲା । ଭୂକମ୍ପ ଯୋଗୁ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.