ରାମାୟଣର ସୀତା ପ୍ରଧାନମନ୍ତ୍ରୀ ମୋଦୀ ଓ ଆଡଭାନୀଙ୍କ ସହିତ ସେୟାର କଲେ ଥ୍ରୋବ୍ୟାକ୍ ଇମେଜ୍ ଏବଂ ଲେଖିଲେ ଏପରି କଥା..

କରୋନା ଲକ୍ ଡାଉନ୍ କାରଣରୁ ଆଜିକାଲି ଦୂରଦର୍ଶନରେ ଅନେକ ପୁରୁଣା ଧାରାବାହିକ ପୁଣିଥରେ ପ୍ରସାରିତ କରାଯାଉଛି । ତେବେ ସେଥିମଧ୍ୟରେ ସବୁଠାରୁ ଚର୍ଚ୍ଚାରେ ରହିଛି ରାମାନନ୍ଦ ସାଗରଙ୍କ “ରାମାୟଣ” । ଏହା ପୁଣିଥରେ ପ୍ରସାରିତ ହେବାପରେ ଦର୍ଶକ ମାନଙ୍କର ସବୁଠାରୁ ପ୍ରିୟ ଧାରାବାହିକ ପାଲଟି ଯାଇଛି ଏବଂ ଏହାର ଟିଆରପି ମଧ୍ଯ ସବୁଠାରୁ ଉଚ୍ଚରେ ରହିଛି । ତେବେ ରାମାୟଣ ପୁଣିଥରେ ପ୍ରସାରିତ ହେବା ପରେ ଏଥିରେ ଅଭିନୟ କରୁଥିବା ଚରିତ୍ର ମାନଙ୍କର ଅଚାନକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏଥିରେ ଭଗବାନ ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ଓ ଲକ୍ଷ୍ମଣଙ୍କ ଚରିତ୍ରରେ ଥିବା ସୁନୀଲ ଲହରି ଏବଂ ମାତା ସୀତାଙ୍କ ଅଭିନୟ କରୁଥିବା ଦୀପିକା ଚିଖାଲିୟା ଆଜିକାଲି ଅଧିକାଂଶ ସମୟ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହୁଛନ୍ତି ।

deepika chikhalia

ନିକଟରେ ଦୀପିକା ଚିଖାଲିୟା ଟ୍ୱିଟରରେ ଏକ ଥ୍ରୋ ବ୍ୟାକ୍ ଇମେଜ୍ ସେୟାର କରିଛନ୍ତି । ତେବେ ଏହି ଫଟୋଟି ସେହି ସମୟର ଅଟେ ଯେତେବେଳେ ଦୀପିକା ଗୁଜୁରାଟର ଭଦୋଦରା ସିଟ ପାଇଁ ନିର୍ବାଚନ ଲଢୁଥିଲେ । ଏହି ଫଟୋରେ ତାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲାଲକୃଷ୍ଣ ଆଡଭାନୀ ବସିଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡ଼ିଆରେ ଏହି ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି ।


ଏହି ଫଟୋକୁ ସେୟାର କରିବା ସହ ଦୀପିକା ଲେଖିଛନ୍ତି ଏକ ପୁରୁଣା ଫଟୋ ସେହି ସମୟର ଯେତେବେଳେ ମୁଁ ଭଦୋଦରା ପାଇଁ ନିର୍ବାଚନ ଲଢୁଥିଲି । ମୋ ସହିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲାଲକୃଷ୍ଣ ଆଡଭାନୀ ଏବଂ ଇନଚାର୍ଜ ନଳିନୀ ଭଟ୍ଟ । ସୁଚନା ଅନୁଯାୟୀ ନବେ ଦଶକରେ ଦୀପିକା ବହୁତ୍ ଲୋକପ୍ରିୟ ଥିଲେ । 1991 ମସିହାରେ ସେ ଭାରତୀୟ ଜନତା ପାର୍ଟିର ଟିକେଟରେ ଭଦୋଦରା ଲୋକସଭା ସିଟ ପାଇଁ ନିର୍ବାଚନ ଲଢୁଥିଲେ ଏବଂ ଏଥିରେ ସେ ଜିତ ମଧ୍ଯ ହାସିଲ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.