Below header

ଚୀନରେ ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସ୍କେଲରେ ତିବ୍ରତା ୭.୨

ଚୀନରେ ଶକ୍ତିଶାଳୀ ଭୂମିକମ୍ପ । ୭.୨ ତୀବ୍ରତାର ଭୂକମ୍ପ ହୋଇଛି । ଏପଟେ ଦିଲ୍ଲୀ-ଏନସିଆରରେ ବି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୟରେ ଲୋକ ଘରୁ ବାହାରି ଆସିଥିଲେ ।

ନୂଆଦିଲ୍ଲୀ : ଚୀନରେ ଶକ୍ତିଶାଳୀ ଭୂମିକମ୍ପ  । ୭.୨ ତୀବ୍ରତାର ଭୂକମ୍ପ ହୋଇଛି  । ଏହାର କେନ୍ଦ୍ରସ୍ଥଳ ଥିଲା ଦକ୍ଷିଣ ଚୀନର ଝିଞ୍ଜିିଆଙ୍ଗ । ଗତକାଲି ରାତି ୧୧ଟା ୩୯ ମିନିଟରେ ଏହି ଭୂକମ୍ପ ହୋଇଥିଲା । ଚୀନ- କିର୍ଗିଜିସ୍ତାନ ସୀମାରେ ଅନୁଭୂତ ହୋଇଥିଲା ଝଟକା । ଉତ୍ତର-ପଶ୍ଚିମ ଚୀନର ଉସି ପର୍ବତମାଳା ଅଞ୍ଚଳରେ ଏହି ଭୂକମ୍ପ ଘଟିଛି । ପ୍ରଭାବରେ ଘର ଭାଙ୍ଗିବା ସହ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ୧୨୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ଏପଟେ ଦିଲ୍ଲୀ-ଏନସିଆରରେ ବି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୟରେ ଲୋକ ଘରୁ ବାହାରି ଆସିଥିଲେ । ତେବେ କୌଣସି କ୍ଷୟକ୍ଷତିର ସୂଚନା ମିଳି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.