ସାରା ରାଜ୍ୟରେ ବର୍ଷା ସାଙ୍ଗକୁ କୋହଲା ପାଗ, ଘନ କୁହୁଡି ପାଇଁ ପାଣିପାଗ ବିଭାଗ ଚେଚାବନୀ

ଆଜି ଓ ଆସନ୍ତାକାଲି ଗୁରୁଚାପ ବଳୟର ସକ୍ରିୟତା ଅଧିକ ରହିବ । ପ୍ରଭାବରେ ଦୁଇ ଦିନ ବର୍ଷାର ପ୍ରଭାବ ଅଧିକ ରହିବ । ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଉପରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ କ୍ରମାଗତ ଭାବରେ ରାଜ୍ୟକୁ ପ୍ରବେଶ କରୁଛି । ଏଥିପାଇଁ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାୱରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଛି । ଆଜି ଓ ଆସନ୍ତାକାଲି ଗୁରୁଚାପ ବଳୟର ସକ୍ରିୟତା ଅଧିକ ରହିବ । ପ୍ରଭାବରେ ଦୁଇ ଦିନ ବର୍ଷାର ପ୍ରଭାବ ଅଧିକ ରହିବ । ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ଏଥିସହ କିଛି ସ୍ଥାନରେ ଘନ କୁହୁଡ଼ି ପାଇଁ ବି ପାଣିପାଗ ବିଭାଗ ଚେଚାବନୀ ଦେଇଛି । ବର୍ଷା ସାଙ୍ଗକୁ କୁହୁଡ଼ି ଭଳି ପାଗ ଆସନ୍ତା ୨୫ ତାରିଖ ଯାଏ ରହିବ । ରାତିର ତାପମାତ୍ରା ବିଶେଷ ପରିବର୍ତ୍ତନ ହେବ ନାହିଁ । ୨୫ ତାରିଖ ମଧ୍ୟାହ୍ନ ଯାଏଁ କିଛି ଜିଲ୍ଲାରେ କୋହୋଲା ପାଗ ଜାରି ରହିବ । ୨୬ ତାରିଖରୁ ରାଜ୍ୟରେ ବଦଳିବ ପାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.