ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିବେ

ଆଜି ପୁରୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିବେ । ଏହାପରେ ଶ୍ରୀଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ନିକଟରେ ଶ୍ରୀଜଗନ୍ନାଥ ଙ୍କ ୨୫ପ୍ରକାର ବେଶ ଓ ପରିକ୍ରମା ପ୍ରକଳ୍ପର ମଡେଲକୁ ମଧ୍ୟ ଦେଖିବେ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ପୁରୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିବେ । ଏହାପରେ ଶ୍ରୀଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ନିକଟରେ ଶ୍ରୀଜଗନ୍ନାଥ ଙ୍କ ୨୫ପ୍ରକାର ବେଶ ଓ ପରିକ୍ରମା ପ୍ରକଳ୍ପର ମଡେଲକୁ ମଧ୍ୟ ଦେଖିବେ । ଏଠାରେ ଦୁଇଟି ସ୍ଥାନରେ ମହାପ୍ରଭୁଙ୍କ ବେଶ ସହ ରଥଯାତ୍ରା ଓ ପରିକ୍ରମା ପ୍ରକଳ୍ପର ମଡେଲ ରଖାଯାଇଛି । ଯାହାକୁ ମୁଖ୍ୟମନ୍ତ୍ରୀ ଦେଖିବେ । ଗୋଟିଏ ସ୍ଥାନରେ ମହାପ୍ରଭୁଙ୍କର ୨୫ପ୍ରକାର ବେଶ ସହ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହୃତ କୁଡୁଆ, ଶ୍ରୀଜୀଉଙ୍କ ନିତ୍ୟ ବ୍ୟବହାର ବସ୍ତ୍ର, ବାସନକୁସନ ଆଦି ପ୍ରଦର୍ଶନୀ ହେଉଛି ।

ଏଥିସହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ ସାଢ଼େ ୪ଟାରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରିବେ । ୪ଟା ୪୫ ମିନିଟରେ ପୁରୀ ମାଟିତୋଟାରେ ଅସ୍ଥାୟୀ ହେଲିପ୍ୟାଡ଼ରେ ପହଞ୍ଚିବେ । ସେଠାରୁ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଳଭ ପିଲିଗ୍ରିମ ସେଣ୍ଟର ନିକଟରେ ମହାପ୍ରଭୁଙ୍କ ବେଶ ଓ ପରିକ୍ରମା ପ୍ରକଳ୍ପର ମଡେଲ ଦେଖି ସାରି ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ନିକଟରେ ପହଞ୍ଚିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.