Below header

ସଇତାନ ସ୍ୱାମୀ, ପାରିବାରିକ କଳହ ପାଇଁ ସ୍ତ୍ରୀକୁ ଭୁଜାଲିରେ ହାଣି କଲା ହତ୍ୟା

ସ୍ବାମୀ ସାଜିଲା ସୈତାନ । ନୃଶଂସ ହୋଇଗଲା । ସ୍ତ୍ରୀକୁ ଭୁଜାଲିରେ ହାଣି ହତ୍ୟା କଲା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଗୁଜି ଦରଡ଼ା ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ। ଅଭିଯୋଗ ଅନୁଯାୟୀ ସ୍ବାମୀ ସେକ ମୋଜାଲ ହୋସେନ ଓ ତାଙ୍କ ସ୍ତ୍ରୀ ରାନୁ ବିବିଙ୍କ ମଧ୍ୟରେ ଅନେକ ସମୟ ଧରି କଳହ ଲାଗି ରହୁଥିଲା ।

ଭଦ୍ରକ (କେନ୍ୟୁଜ): ସ୍ବାମୀ ସାଜିଲା ସୈତାନ । ନୃଶଂସ ହୋଇଗଲା । ସ୍ତ୍ରୀକୁ ଭୁଜାଲିରେ ହାଣି ହତ୍ୟା କଲା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଗୁଜି ଦରଡ଼ା ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ। ଅଭିଯୋଗ ଅନୁଯାୟୀ ସ୍ବାମୀ ସେକ ମୋଜାଲ ହୋସେନ ଓ ତାଙ୍କ ସ୍ତ୍ରୀ ରାନୁ ବିବିଙ୍କ ମଧ୍ୟରେ ଅନେକ ସମୟ ଧରି କଳହ ଲାଗି ରହୁଥିଲା । ଏପରିକି ଘଟଣା ଥାନାକୁ ଯାଉଥିଲା ।

ଗତକାଲି ଏହି ପାରିବାରିକ ବିବାଦ ଉଗ୍ର ରୂପ ନେଇଥିଲା । ହଠାତ୍ ଅଭିଯୁକ୍ତ ସ୍ବାମୀ ମୋଜାଲ ହୋସେନ ଉତ୍ୟକ୍ତ ହୋଇ ସ୍ତ୍ରୀକୁ ଆକ୍ରମଣ କରି ଫେରାର ହୋଇଯାଇଥିଲା । ପରିବାର ଲୋକେ ଗୁରୁତର ଅବସ୍ଥାରେ ରାନୁ ବିବିଙ୍କୁ ଭଦ୍ରକ ଜିଲ୍ଲା ହସପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ରାନୁ ବିବିଙ୍କ ୩ଟି ଛୋଟ ଝିଅ ଅଛନ୍ତି । ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାର ତଦନ୍ତ କରୁଛି । ଫେରାର ସ୍ବାମୀକୁ ଗିରଫ କରିବା ପାଇଁ ତନାଘନା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.