Below header

ଭୂକମ୍ପରେ ଗୋଟିଏ ଦିନରେ ଥରିଲା ୩ ଦେଶ, କ୍ଷୟକ୍ଷତି ହୋଇ ନଥିବା ସୂଚନା

ଆଜି ୩ଟି ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ । ପାକିସ୍ତାନ, ନିଉ ଗିନି ଓ ତିବ୍ଦତର ସିଜାଙ୍ଗରେ ଭୂମିକମ୍ପ ଅନୁଭୂତ ହୋଇଛି ।

ନୂଆଦିଲ୍ଲୀ: ଆଜି ୩ଟି ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ । ପାକିସ୍ତାନ, ନିଉ ଗିନି ଓ ତିବ୍ଦତର ସିଜାଙ୍ଗରେ ଭୂମିକମ୍ପ ଅନୁଭୂତ ହୋଇଛି । ପାକିସ୍ତାନରେ ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ଥିଲା ୪.୨ । ଭୋର୍ ୩ଟା ୩୮ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ଏହାର କିଛି ସମୟ ପୂର୍ବରୁ ନିଉ ଗିନିରେ ହୋଇଥିଲା ଭୂକମ୍ପ । ସେଠାରେ ତୀବ୍ରତା ଥିଲା ୬.୫ । ଭୋର୍ ୩ଟା ୧୬ ମିନିଟରେ ହୋଇଥିଲା ଭୂକମ୍ପ । ସେହିପରି ୫.୦ ତୀବ୍ରତା ଭୂମିକମ୍ପରେ ଥରିଛି ତିବ୍ଦତର ସିଜାଙ୍ଗ । ସେଠାରେ ଭୋର୍ ୩ଟା ୪୫ ମିନିଟରେ ଝଟକା ହୋଇଥିଲା । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.