Below header

ମରକ୍କୋ ୬.୮ ତୀବ୍ରତାର ଭୂମିକମ୍ପ, ମୃତକଙ୍କ ସଂଖ୍ୟା ୬୩୮ରେ ପହଞ୍ଚିଲାଣି

ମରକ୍କୋରେ ଶୁକ୍ରବାର ରାତିରେ ଆସିଥିବା ୬.୮ ତୀବ୍ରତା ଭୂମିକମ୍ପରେ ଏପର୍ଯ୍ୟନ୍ତ ୬୩୨ ଜଣ ଲୋକ ପ୍ରାଣ ହରାଇଲେଣି । ମୃତକଙ୍କ ସଂଖ୍ୟା ଆହୁରି ବଢିବାରେ ବୋଲି ଅନୁମାନ କରାଯାଉଛି । ଭୂମିକମ୍ପ ପରେ ଲୋକମାନେ ଭୟଭୀତ ହୋଇ ବାହାରକୁ ପଳାଇ ଯାଇଥିଲେ । ଏବେ ବି ହଜାର ହଜାର ଲୋକ ଧ୍ୱଂସାବଶେଷ ତଳେ ଫସି ରହିଛନ୍ତି ।

ମରକ୍କୋରେ ଶୁକ୍ରବାର ରାତିରେ ଆସିଥିବା ଭୟଙ୍କର ଭୂମିକମ୍ପରେ ଏପର୍ଯ୍ୟନ୍ତ ୬୩୨ ଜଣ ଲୋକ ପ୍ରାଣ ହରାଇଲେଣି । ୬.୮ ତୀବ୍ରତା ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ଆହୁରି ବଢିବାରେ ବୋଲି ଅନୁମାନ କରାଯାଉଛି । ଭୂମିକମ୍ପରେ ୩୦୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ମରକ୍କୋର ରାଜଧାନୀ ରାବତଠାରୁ ୩୫୦କିମି ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ସୂଚନା ମିଳିଛି । ଭୂମିକମ୍ପରେ ମୃତାହତଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଭୂମିକମ୍ପ ପରେ ଲୋକମାନେ ଭୟଭୀତ ହୋଇ ବାହାରକୁ ପଳାଇ ଯାଇଥିଲେ । ଏବେ ବି ହଜାର ହଜାର ଲୋକ ଧ୍ୱଂସାବଶେଷ ତଳେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଚାଲିଛି।

ଭୂମିକମ୍ପ ପରେ ଏକାଧିକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ଟେଲିଫୋନ୍ ଲାଇନ୍ କଟି ଯାଇଛି। ବିଭିନ୍ନ ହସ୍ପିଟାଲରେ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭୂମିକମ୍ପ ଯୋଗୁଁ ବିଲିଡିଂ ଭୁଶୁଡିବା ଯୋଗୁଁ ଚାରିଆଡେ ଧୂଆଁ ଖେଳିଯାଇଥିଲା । ସ୍ଥାନୀୟ ଲୋକ ଘରୁ ବାହାରି ଚିତ୍କାର କରୁଥିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି ।

ମରକ୍କୋରେ ୧୨୦ ବର୍ଷ ଭିତରେ ଏମିତି ଭୂମିକମ୍ପ ଆସିନଥିଲା । ଭୂମିକମ୍ପ ଯୋଗୁଁ ଲୋକେ ଭୟଭୀତ ରହିଛନ୍ତି । ନିଜ ଘରକୁ ଯିବାକୁ ଡରୁଛନ୍ତି । ଶତାଧିକ ଲୋକ ରାସ୍ତା ଉପରେ ରାତି କାଟିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.