Below header

ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ

ଭାରତ ମଣ୍ଡପମରେ ଆରମ୍ଭ ହୋଇଥିବା ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବିଦେଶୀ ନେତାମାନଙ୍କୁ ସ୍ୱାଗତ କରିବା ସମୟରେ ସମସ୍ତଙ୍କ ଆଖି ଜଣଙ୍କୁ ଖୋଜୁଥିଲା ଏବଂ ସେ ହେଉଛନ୍ତି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଭାରତରେ ପହଞ୍ଚିଛନ୍ତି ।

ଦିଲ୍ଲୀରେ ହେଉଥିବା ଜି –୨୦ ସମ୍ମିଳନିରେ ଯୋଗଦେବା ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଭାରତରେ ପହଞ୍ଚିଛନ୍ତି । ଏହି ସମୟରେ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରାଯାଇଛି । ଅନୁପ୍ରିଆ ପଟେଲ ବିମାନବନ୍ଦରରେ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିବା ଜଣା ପଡ଼ିଛି । ଅତିଥିମାନଙ୍କ ଆସିବା କାର୍ଯ୍ୟକ୍ରମ ଅନୁଯାୟୀ ଇମାନୁଏଲ ମାକ୍ରୋନ ଶେଷରେ ପହଞ୍ଚିବାର ଥିଲା । ଯିଏ ବର୍ତ୍ତମାନ ଦିଲ୍ଲୀରେ ପହଞ୍ଚିଛନ୍ତି । ତେବେ ୨୦୧୭ରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦୃଢ଼ ସମ୍ପର୍କ ଗଢ଼ି ଉଠିଥିଲା । ଯାହା ପରେ ଏହି ସମ୍ପର୍କ ଲଗାତାର ଭାବରେ ବୃଦ୍ଧି ପାଉଛି ।

ତେବେ ଆଜି ସକାଳେ ଭାରତ ମଣ୍ଡପମରେ ଆରମ୍ଭ ହୋଇଥିବା ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବିଦେଶୀ ନେତାମାନଙ୍କୁ ସ୍ୱାଗତ କରିବା ସମୟରେ ସମସ୍ତଙ୍କ ଆଖି ଜଣଙ୍କୁ ଖୋଜୁଥିଲା ଏବଂ ସେ ହେଉଛନ୍ତି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ସୂଚନା ଅନୁସାରେ ସେ ବିଳମ୍ବରେ ଭାରତରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା ଏବଂ ବର୍ତ୍ତମାନ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଜି-୨୦ ସମ୍ମିଳନିରେ ଯୋଗଦେବା ପାଇଁ ଦିଲ୍ଲୀରେ ପହଞ୍ଚି ଯାଇଛନ୍ତି । ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଆସନ୍ତା କାଲି ଅର୍ଥାତ ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର ସୂଚନା ରହିଛି ।

ଭାରତ ଅଧ୍ଯକ୍ଷତାରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀରେ ଯୋଗ ଦେଇଛନ୍ତି ଆମେରିକା, ବ୍ରିଟେନ୍, କାନାଡା, ଫ୍ରାନ୍ସ, ଜର୍ମାନୀ, ତୁର୍କୀ, ଇଟାଲୀ ଭଳି ୨୦ ସହସ୍ୟ ରାଷ୍ଟ୍ର ମୁଖ୍ୟ । ସେମାନଙ୍କ ବ୍ୟତୀତ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ଅତିଥି ଭାବରେ ବହୁ ଦେଶର ନେତା ଯୋଗ ଦେଇଛନ୍ତି । ଭାରତ ନେତୃତ୍ବରେ ପ୍ରଥମ ଥର G20 ସମ୍ମିଳନୀ ହେଉଛି । ଏଥର ଥିମ୍ ରହିଛି ବସୁଧୈବ କୁଟୁମ୍ବକମ୍ । ଅପରାହ୍ନ ୩ଟାରେ ଦ୍ବିତୀୟ ଅଧିବେଶନ ୱାନ୍ ଫ୍ୟାମଲି ଉପରେ ଆଲୋଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.